ବୀରମହାରାଜପୁର କଲେଜ ପରିଚାଳନା କମିଟିର ଜରୁରୀ ବୈଠକ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜ ପରିଚାଳନା କମିଟୀର ଏକ ଜରୁରିକାଳିନ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପରିଚାଳନା କମିଟୀର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ଅଧ୍ୟକ୍ଷତା କରିଥିଲେ । ପରିଚାଳନା କମିଟୀ ର ସମ୍ପାଦକ ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଦାମ ଚରଣ ସହୁ ବୈଠକ ର ଉଦ୍ଧେଶ୍ୟ ସଂପର୍କରେ ଅବଗତ କରାଇବା ସହ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ । ସମସ୍ତ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ମହାବିଦ୍ୟାଳୟ ରେ ବିଭିନ୍ନ ବିଭାଗରେ  ଅଧ୍ୟାପକଙ୍କ ଅଭାବ ଥିବାବେଳେ କଲେଜ ଦ୍ଵାରା ନିଯୁକ୍ତି ପାଇ ଥିବା  ଗଣିତ ଅଧ୍ୟାପିକା ସାଗରିକ ବିଶି  ଅଧ୍ୟାପିକା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ତାଙ୍କର ଇସ୍ତଫା ପତ୍ର କୁ ପରିଚାଳନା କମିଟି ଗ୍ରହଣ କରିଛନ୍ତି ।  ଆଗାମୀ ଦିନରେ ଗଣିତ ବିଭାଗରେ ଠିକ୍ ଭାବରେ ଶିକ୍ଷା ଦାନ ପାଇଁ  ଆବଶ୍ୟକ ପଦକ୍ଷେପ ନେବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କୁ ଦାଇତ୍ୱ ଦିଆଯାଇଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା  ୫ଟି  ଯୋଜନାରେ  ମହାବିଦ୍ୟାଳୟ   କୁ   ମିଳିଥିବା ଏକ କୋଟି ଟଙ୍କା  ଅନୁଦାନ ର ବିନିଯୋଗ ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ  ହୋଇଥିବା ଭିଜନ ଡକ୍ୟୁମେଣ୍ଟ  ବୈଠକ ରେ ଅନୁଧ୍ୟାନ କରାଯାଇଥିଲା । ମହାବିଦ୍ୟାଳୟ ପରିସର କୁ ଶୃଙ୍ଖଳିତ କରିବାକୁ ବିଭିନ୍ନ ପ୍ରସ୍ତାବ ଗୃହିତ କରାଯାଇଛି । ଯେପରି କଲେଜରେ    କୌଣସି ପ୍ରକାର ବିଶୃଙ୍ଖଳା ନ ହେବ ସେନେଇ ନିଷ୍ପତି ଗ୍ରହଣ କରାଯାଇଥିଲା । କଲେଜରେ ଶୃଙ୍ଖଳା ପାଇଁ ଏକ କମିଟି ଗଠନ ହୋଇଛି ।  କମିଟୀ ର ରିପୋର୍ଟ ଆଧାରରେ  ବିଶୃଙ୍ଖଳାକାରୀଙ୍କ  ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବା କୁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ କମିଟି ର ସଦସ୍ୟା ଅଧ୍ୟାପିକା ଗୀତାଞ୍ଜଳୀ ପୁଜାହାରୀ ,  ସୁବୀଣା  ମିଶ୍ର , ମୌଷିମି ମେଲ୍ଲି,  ସଦସ୍ୟ ଅଧ୍ୟାପକ ଡ଼. ହିମାଂଶୁ ଶେଖର ପାଢ଼ୀ , ସାୟଦ ମୂଜାଫର୍ ଅଲି , ରାଧାକାନ୍ତ ବାଘ , ରଞ୍ଜିତ ରଥ , ଜଗଦିଶ ସାହୁ ପ୍ରମୁଖ ଯୋଗଦେଇ ମତାମତ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟପିକା ଗୀତାଞ୍ଜଳୀ ପୂଜାହାରୀ ଧନ୍ୟବାଦ ଅର୍ପଣ କରିଥିଲେ।