ମାହେଶ୍ଵରୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଠାରେ ମାହେଶ୍ୱରୀ ସେନା ପକ୍ଷରୁ ଆଜି ମାହେଶ୍ୱରୀ ମହୋତ୍ସବ ସକାସେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ବଲାଙ୍ଗୀର , ବରଗଡ଼ , ବୌଦ୍ଧ , ସୋନପୁର ଆଦି ବିଭିନ୍ନ ଜିଲ୍ଲା ରୁ ସେନା ର ଭକ୍ତ ମାନେ ଆସି ବୈଠକରେ ଯୋଗଦେଇଥିଲେ I ସଭାପତି ଜିତେନ୍ଦ୍ର ମେଣ୍ଡିଲି ଙ୍କ ଅଧ୍ୟକ୍ଷତା କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ମାହେଶ୍ୱରୀ ମହୋତ୍ସବ ର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା l ଏଥିରେ ସୁଧାଂଶୁ କର୍ଣ୍ଣ , ବିକାଶ ମହାକୁର , ଶ୍ରଦ୍ଧାଂଶୁ ଶେଖର , କୈଳାସ ମହାକୁର , ସୁବ୍ରତ ପାତ୍ର , ମେଣ୍ଡିଲି , ପ୍ରଦୀପ ପଧାନ , ବିକାଶ ଅମାତ , ରମଣି ଦନ୍ତା , ଶୁରେଶ କର୍ଣ୍ଣ , ଧବୀର କର୍ମୀ , କାହ୍ନୁ ମହାକୁର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I କୁବେର ମହାକୁର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁରେଶ କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ |