16 ତାରିଖ ରୁ ସମୂହ ଛୁଟିରେ ରହିବେ ପ୍ରାଥମିକ ଶିକ୍ଷକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚକାବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବ୍ଲକ ର ନୂତନ ପେନସନ ଭୁକ୍ତ ପ୍ରାଥମିକ ସଂଘ ର ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ବ୍ଲକ ସଂଘ ର ସଭାପତି ନାରାୟଣ ଜଗଦଲା ଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ଯକ୍ରମରେ ସଂଘ ର ସମ୍ପାଦକ ଅକ୍ଷୟ କୁମାର ରାଏ , ଉପସଭାପତି ସୁନୀଲ କୁମାର ମହାପାତ୍ର , କୋଷାଧ୍ୟକ୍ଷ ଯମେଶ୍ଵର ଦୀପ , ଉପଦେଷ୍ଟା ମେଘନାଦ ଭୋଇ , ମନୋଜ ଦାଶ , ନାରାୟଣ ବେହେରା , ପ୍ରବୀର ଦାଶ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ I ପ୍ରାରମ୍ଭରେ ନୂତନ ଭାବେ ନିୟମିତ ହୋଇଥିବା ଶିକ୍ଷକ ମାନଙ୍କୁ ସ୍ଵାଗତ କରାଯାଇଥିଲା I ଆଗାମି 16 ତାରିଖରେ ହେବାକୁଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ର ଆନ୍ଦୋଳନକୁ ତୀବ୍ରତର କରିବାକୁ ସଂଘ ନିଷ୍ପତ୍ତି ନେଇଛି I ଏଣୁ ସମସ୍ତେ ଏହି ଆନ୍ଦୋଳନ ରେ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଥିଲା I ତେଣୁ ବ୍ଲକ ର ଉକ୍ତ ସଂଘ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆସନ୍ତା 16 ତାରିଖ ରୁ ସମୂହ ଛୁଟିରେ ରହି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା I ଏହା ଫଳରେ ବୀରମହାରାଜପୁର ବ୍ଲକ ର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିବା ସହ ପାଠ ପଢା ଠପ୍ ହୋଇ ଯିବ ଓ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘର ସଭାପତି ନାରାୟଣ ଜଗଦଲା କହିଛନ୍ତି l