ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ଓ ଗୋବିନ୍ଦପୁର ର ସତ୍ୟସେବକ ଯୁବକ ସଂଘ ର ମିଳିତ ଆନୁକୁଲ୍ୟରେ ମେରା ମାଟି ମେରା ଦେଶ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମର ବିଭିନ୍ନ ସ୍ଥାନରେ ମୂଲ୍ୟବାନ ବୃକ୍ଷ ଗୁଡିକ ରୋପଣ କରାଯାଇଥିଲା I ଏଥିରେ କ୍ଲବ୍ ର ସକ୍ରିୟ ସଦସ୍ୟ ଭାବରେ ବିଭୁତି ଭୂଷଣ କୁଦାଇ , ଶ୍ରୀକାନ୍ତ ଶେଠି , ରାକେଶ ଭୋଇ , ନିରୋଦ ନାଏକ , ସୁବାଷ ସାହୁ , ରାଜା ନାଏକ , ମାନସ ସାହୁ , ସିଦ୍ଧାନ୍ତ ନାଏକ , ରୋଶନ ନାଏକ , ସୁନୀଲ ନାଏକ , କାହ୍ନା ସାହୁ , ଶ୍ରୀକାନ୍ତ ନାଏକ , କନ୍ଦର୍ପ ଛତ୍ରିଆ , ଆକାଶ ନାଏକ , ରଞ୍ଜନ ରାଉତ , ଆଶିଷ ସାହୁ ପ୍ରମୁଖ ଏଥିରେ ସାମିଲ୍ ହୋଇ ସାମୁହିକ ବୃକ୍ଷ ରୋପଣ କରିଥିଲେ l ଶେଷରେ ନେହେରୁ ଯୁବ ସ୍ଵେଚ୍ଛାସେବୀ ସୁଦର୍ଶନ ଭରାସାଗର ସମସ୍ତଙ୍କୁ ମାଟି ମା ଙ୍କ ସହିତ ପରିବେଶ ର ସୁରକ୍ଷା ପାଇଁ ଶପଥ କରାଇଥିଲେ ।
ଗୋବିନ୍ଦପୁର ରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ
