ସୁବର୍ଣ୍ଣପୁର ଜିଲ୍ଲା ଲେପ୍ରା ସୋସାଇଟିରେ ଜାତୀୟ ପତାକା ଉତ୍ତୋଳନ ା ଭାରତକୁ ବିଶ୍ବଗୁରୁ କରିବାକୁ ଆହ୍ବାନ ା


ସୁବର୍ଣ୍ଣପୁର-ଆଜି ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ପରିସର ମଧ୍ୟରେ ଅନ୍ତେବାସୀ ତଥା କର୍ମଚାରୀମାନଙ୍କ ଗହଣରେ ଭାରତର ୭୭ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଲେପ୍ରା ସୋସାଇଟି ଓଡିଶା ରାଜ୍ୟର ଆମ୍ବାସାଡର ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ I ସେ ତାଙ୍କ ଭାଷଣ ପ୍ରସଙ୍ଗରେ ଭାରତକୁ ବିଶ୍ବ ଯୋଗ ଗୁରୁ ଭାବେ ପ୍ରତିଷ୍ଠିତ କରିବାକୁ ଆହ୍ବାନ ଦେଇଥିଲେ I ଯୋଗ ମାଧ୍ୟମରେ ସୁସ୍ଥ ଜୀବନ ସହ ଜାତୀୟ ତଥା ଆନ୍ତର୍ଜାତିକ ସମସ୍ତ ସମସ୍ୟାର ଆଶୁ ସମାଧାନ ହୋଇ ପାରିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ I ଏହି ଉପଲକ୍ଷେ ଓଡିଶା ତଥା ସୁବର୍ଣ୍ଣପୁର ଜିଲ୍ଲାରୁ କୁଷ୍ଠ ରୋଗ ତଥା ଫାଇଲେରିଆ ନିରାକରଣ ସକାଶେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଶ୍ରୀ ସାହୁ ଶପଥ ପାଠ କରାଇଥିଲେ I ଶେଷରେ ଲେପ୍ରା ସୋସାଇଟି ପଦାଧିକାରୀ ନୃସିଂହ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I