ସ୍ଵାଧୀନତା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ , ମାଗଣା ଚକ୍ଷୁ ପରୀକ୍ଷା ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ ମଙ୍ଗଳବାର ଏକ “ସ୍ୱେଚ୍ଛାକୃତ ରକ୍ତଦାନ ଶିବିର , ମାଗଣା ଚକ୍ଷୁ ପରୀକ୍ଷା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ସହଯୋଗ ସେବା ସଂଗଠନ ଓ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା l ସେବା ସଂଗଠନ ର ସଭାପତି ନବାରୁଣ ଦେବଦତ୍ତ ଶତପଥୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନିୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥିଭାବରେ ଜିଲ୍ଲାପରିଷଦ ସଦସ୍ୟ ଲବକୁମାର ସାହୁ , ଅନ୍ୟତମ ଅତିଥିଭାବେ ସମିତିସଭ୍ୟ ଚମ୍ପାମାଲ ଲକ୍ଷ୍ମୀ ନାରାୟଣ ପୁରୋହିତ , ଉଫୁଲା ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ମୀନକେତନ ମହକୁର , ଆତ୍ମା ଅଧ୍ୟକ୍ଷ ତଥା ସମାଜସେବୀ ବିବସ୍ଵତି ପଣ୍ଡା , ବାଗବର ସରପଞ୍ଚ ପ୍ରତିନିଧି ବିପିନ ପଣ୍ଡା ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ। ସଭା ସଂଯୋଜନା କରିଥିଲେ ସଂଗଠନ ର ସଦସ୍ୟ ଅରବିନ୍ଦ ରଣା I କାର୍ଯ୍ୟକ୍ରମରେ ମହାନଦୀ ନେତ୍ରଚିକିତ୍ସାଳୟ ର କର୍ମକର୍ତ୍ତା , ପ୍ରକାଶ ପ୍ରଧାନ , ଟିଣ୍ଟୁ ପଣ୍ଡା , ଅଭିନନ୍ଦନ ପୁଝାରୀ , ସୁଶାନ୍ତ ପୁରୋହିତ , ପ୍ରିୟବ୍ରତ ପୁରୋହିତ , ଶିବରାମ ବେହେରା , ରଶ୍ମି ମୋଦି, ରମାକାନ୍ତ ହରିପାଲ , ମହାବୀର ହାତୀ , ମାନସ ହୋତା , ବିକାଶ ପଧାନ , ଆୟୁଷ ଅଗ୍ରୱାଲ , ଶୁଭେନ୍ଦୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।ଏଥିରେ 46 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ 42 ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଥିବା ଜଣାପଡ଼ିଛି l