ଉଲୁଣ୍ଡା ବ୍ଲକ ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଦର କଲେଜ ପଡିଆ ଠାରେ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ ପୂର୍ବକ ଉଦବୋଧନ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ବିଡିଓ କରିସ୍ମା ବେସ୍ରା , ତହସିଲଦାର ଦିଲ୍ଲୀପ ମାଝୀ , ବ୍ଲକ୍ ଉପାଧ୍ୟକ୍ଷ ସଂଜିବ ଦେହେରି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ଯାରେଟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ର ସମସ୍ତ ବିଭାଗର ଅଧିକାରୀ ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଜନସାଧାରଣ ଉପସ୍ଥିତ ର‌ହିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା I ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଗଣ ମାନପତ୍ର ସହ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ପାତ୍ର ମଂଚ ପରିଚାଳନା କରିଥିବା ବେଳେ ଉଲୁଣ୍ଡା ଯୁବ ମହାସଂଘ ଏବଂ ବ୍ଲକ୍ ସ୍ପୋର୍ଟସ ଏସୋସିଏସନ୍ ର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।