Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେହେରୁ ଜୀଙ୍କ ପରିଚୟ ନାମରେ ନୁହେଁ, କାମ କାରଣରୁ ହୋଇଛି; ମୋଦୀ ସରକାରଙ୍କୁ ରାହୁଲଙ୍କ ତାତ୍ସଲ୍ୟ

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ନିକଟରେ ନେହେରୁ ମୋମେରିୟାଲର ନାମ ବଦଳାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ରଖିଛନ୍ତି। କଂଗ୍ରେସ ଏହାର ବିରୋଧ କରିବା ସହ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ନେହେରୁ ଜୀଙ୍କ ପରିଚୟ ତାଙ୍କ କାମ କାରଣରୁ ହୋଇଛି, ନାମ କାରଣରୁ ହୋଇନି।

ସୂଚନାଯୋଗ୍ୟ, ନୂଆଦିଲ୍ଲୀର ତିନି ମୂର୍ତ୍ତି ଭବନ ପରିସର ସ୍ଥିତ ନେହେରୁ ମେମୋରିୟାଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ(ଏନଏମଏମଏଲ)ର ନାମ ବଦଳାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି ରଖାଯାଇଛି। ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବିରାସତକୁ ସମାପ୍ତ କରିବାକୁ ଚେଷ୍ଟା କରୁଛି। ଅନ୍ୟ ବିରୋଧୀ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ସମାଲୋଚନା କରିଛନ୍ତି। ଅନ୍ୟପଟେ ବିଜେପି ପ୍ରତିଜବାବ ଦେଇ କହିଛି ଯେ, କଂଗ୍ରେସ ଗୋଟିଏ ପରିବାର ବ୍ୟତୀତ ଆଉ କିଛି ଚିନ୍ତା କରି ପାରୁନାହିଁ।

ଏନଏମଏମଏଲର ନାମ ଅଗଷ୍ଟ ୧୪ ତାରିଖରେ ଆନୁଷ୍ଠାନିକ ଭାବେ ବଦଳା ଯାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟ କରାଯାଇଛି। ଚଳିତ ବର୍ଷ ଜୁନ ମାସରେ ନେହେରୁ ମେମୋରିୟାଲର ନାମ ବଦଳା ଯିବାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା। ଏବେ ସ୍ଵାଧୀନତା ଦିବସ ଉପଲକ୍ଷେ ଏହାକୁ ଆନୁଷ୍ଠନିକ ରୂପ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ