Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁସଲମାନ ମଧ୍ୟ ପୂର୍ବେ ହିନ୍ଦୁ ଥିଲେ, ଗୁଲାମ ନବି ଆଜାଦଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ସଂପ୍ରତି ଏକ ଭିଡିଓ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ପୂର୍ବତନ କଂଗ୍ରେସ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ରହିଥିବା ଗୁଲାମ ନବି ଆଜାଦ କହିଛନ୍ତି, ଦେଶରେ ପ୍ରତ୍ୟେକ ଲୋକ ହିନ୍ଦୁ ହିସାବରେ ଜନ୍ମ ଗ୍ରହଣ କରିଥିଲେ। ଇସଲାମ ପାଖାପାଖି ୧୫୦୦ ବର୍ଷ ପୂର୍ବେ ଆବିର୍ଭାବ ହୋଇଥିଲା। କିନ୍ତୁ ହିନ୍ଦୁ ଧର୍ମ ଅତ୍ୟନ୍ତ ପ୍ରାଚୀନ। କିଛି ମୁସଲମାନ ବାହାର ଦେଶରୁ ଆସିଥିବେ ଓ ମୋଗଲ ସେନାର ସେବା କରିଥିବେ। ଏହା ପରେ ଭାରତରେ ଲୋକେ ହିନ୍ଦୁ ଧର୍ମରୁ ଇସଲାମ ଧର୍ମରେ ପରିବର୍ତ୍ତିତ ହୋଇଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଏକ ପ୍ରମୁଖ ଉଦାହରଣ କାଶ୍ମୀରରେ ଦେଖିବାକୁ ମିଳିଛି। ଯେଉଁଠି ୬୦୦ ବର୍ଷ ପୂର୍ବେ ଲୋକ ଇସଲାମରେ ପରିବର୍ତ୍ତିତ ହେବା ପୂର୍ବରୁ ଜନସଂଖ୍ୟା ମୂଳତଃ କାଶ୍ମୀର ପଣ୍ଡିତ ଥିଲେ। ସମସ୍ତେ ଆରମ୍ଭରୁ ହିନ୍ଦୁ ବିରାସତ ସହିତ ଜନ୍ମ ହୋଇଥିଲେ। ସେ ହିନ୍ଦୁ, ମୁସଲିମ, ରାଜପୁତ, ବ୍ରାହ୍ମଣ, ଦଳିତ, କାଶ୍ମୀରୀ କିମ୍ବା ଗୁଜର, ସମସ୍ତେ ମାତୃଭୂମୀର ଅଂଶ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

ସୂଚନାଯୋଗ୍ୟ, ଗୁଲାମ ନବି ଆଜାଦ ଗତ ବର୍ଷ ଅଗଷ୍ଟରେ ଦେଶର ସର୍ବ ପୁରାତନ ପାର୍ଟି କଂଗ୍ରେସ ଛାଡ଼ି ନିଜର ନୂତନ ଦଳ ଗଠନ କରିଥିଲେ। ଗୁଜରାଟ ଓ ହିମାଚଳ ନିର୍ବାଚନ ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହା ପରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ