ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟ ବନ୍ଦ ଡାକରା ନେଇ ବିଡିଓ ଙ୍କୁ ଦାବିପତ୍ର


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି । ରାଜ୍ୟ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ର ‌ନିର୍ଦ୍ଦେଶକ୍ରମେ ଦୁଇ ଦଫା ଦାବି ନେଇ ଆସନ୍ତା ୧୮ ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା‌ ଦିଆଯାଇଛି । ‌ ଏହି ଅବସରରେ ବୀରମହାରାଜପୁର ନିର୍ବାହୀ ଅଧିକାରୀ ମାନେ ମଧ୍ୟ ଉକ୍ତ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି । ଏନେଇ ବୀରମହାରାଜପୁର ନିର୍ବାହୀ ଅଧିକାରୀ ସଂଘ ସଭାପତି ଲିଙ୍ଗରାଜ ବାଘଙ୍କ ନେତୃତ୍ବରେ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମତିଲାଲ ସୁଲିଆ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତିି ‌l ଏଥିରେ ଲିଙ୍ଗରାଜ ବାଘ ଙ୍କ ସହ ଗୌରଚରଣ ସାହୁ , ଅକ୍ଷୟ କୁମାର ଭୋଇ , ଦୁର୍ଗା ପ୍ରସାଦ ମେହେର , ସରୋଜ କୁମାର ନନ୍ଦ , ଗୌରାଙ୍ଗ ମହାପାତ୍ର , ମିତାଞ୍ଜଳି ରଥ , ଆଦିତ୍ୟ କୁମାର ମେଣ୍ଡିଲି ଓ ବିଶ୍ଵାମିତ୍ର ସିଂ ପ୍ରମୁଖ ସାମିଲ ହୋଇଥିଲେ।