Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ରେ ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ ସହ ମିଳିତ ପ୍ୟାରେଟ ରେ ଅଭିବାଦନ ଗ୍ରହଣ କରିଥିଲେ l ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ , ଥାନା ଅଧିକାରୀ ରାଜେଶ୍ୱରୀ ଭୋଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ମୁଖ୍ୟ ଅତିଥି ଜନସାଧାରଣ ଙ୍କ ଉଦ୍ଦେଶ୍ୟ ରେ ଅଭିଭାଷଣ ଦେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସୃତି ଚାରଣ କରିଥିଲେ l ଏଥିରେ ୩୪ ଗୋଟି ଦଳ ଅଂଶଗ୍ରହଣ କରିଥିଲେ l ଶିକ୍ଷା ବିଭାଗ ର ଏକ ପ୍ରଜ୍ଞାପନ ମେଢ଼ ବେଶ ମନଛୁଆଁ ହୋଇଥିଲା l ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ l ଏହି ଅବସରରେ ବିଭିନ୍ନ ସ୍କୁଲ ଛାତ୍ର , ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା l