Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବ୍ଲକ ରେ ଭତ୍ତା ପାଇଲେ ନୂତନଭାବେ ସାମିଲ ହୋଇଥିବା 1348 ଜଣ ହିତାଧିକାରୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ଦ୍ୱାରା ନୂତନ ଭାବେ ସାମିଲ ଥିବା ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଛି l ବୀରମହାରାଜପୁର ବ୍ଲକ ର ୧୩୪୮ ଜଣ ବୃଦ୍ଧ , ବୃଦ୍ଧା , ବିଧବା , ଅସହାୟ , ଭିନ୍ନକ୍ଷମ ଆଦି ହିତାଧିକାରୀଙ୍କୁ ନୂତନ ଭାବେ ଭତ୍ତା ବଣ୍ଟନ କରାଯାଇଛି l ଚମ୍ପାମାଲ , ହିଲୁଙ୍ଗ , ଉଫୁଲା , ବାଗବର , ଜାଟେସିଂହା , ସୁବଳୟା , ପିତାମହୁଲ , କମିରା , ସଂଗ୍ରାମପୁର , ଖଣ୍ଡହତା , ବାହଲପଦର , ଦୁର୍ଜନତୈଲା , ଲୁତୁରପଙ୍କ , କେନଝିରିଆପାଲି ଆଦି ଗ୍ରାମପଞ୍ଚାୟତ ମାନଙ୍କ ରେ ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା , ଉପାଧ୍ୟକ୍ଷ ନାରାୟଣ ଲୁହା , ସରପଞ୍ଚ , ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ , ଜି ଆର ଏସ ପ୍ରମୁଖ ଭତ୍ତା ବଣ୍ଟନ ରେ ସାମିଲ ଥିବା ଜଣାପଡ଼ିଛି l ସେହିପରି ବୀରମହାରାଜପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ବୀରମହାରାଜପୁର ବିଧାୟକ ଙ୍କ ଭତ୍ତା ବଣ୍ଟନ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ , ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା , ହିଲୁଙ୍ଗ ସରପଞ୍ଚ ବନିତା ସେଠି ପ୍ରମୁଖ ସାମିଲ ଥିଲେ l