Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା : ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସୁଡ୍ରା ଆଶ୍ରମର ପ୍ରଧାନ ଶିକ୍ଷକଙ୍କ ବଦଳି: କାର୍ଯ୍ୟାନୁଷ୍ଠାନ କେବେ ?

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସୁଡ୍ରା ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ସାନ୍ତୁନୁ କୁମାର ପ୍ରଧାନ ଦୀର୍ଘ ୭ବର୍ଷ ହେଲା ସେଠାରେ କାର୍ଯ୍ୟ କରିଆସୁଛନ୍ତି। ବିଭିନ୍ନ ସମୟ ରେ ବିଦ୍ୟାଳୟ ରେ ଅନୁପସ୍ଥିତ ରହିବା, ପିଲାଙ୍କୁ ଠିକ ଭାବେ ପାଠ ନ ପଢ଼ାଇବା, ସିସିଏ ଙ୍କୁ ଖରାପ ନଜର ରେ ଦେଖିବା ଓ ଚାଉଳ ବିକ୍ରି କରିବା ଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ ସହ ଓ ସେଠାରେ ବିଦ୍ୟାଳୟ ପରିଚାଳନା କମିଟି ସହ ବିବାଦ ଦେଖାଦେଇଥିଲା । ବହୁ ବାଦ ବିବାଦ ପରେ ଜିଲ୍ଲାପାଳ ହସ୍ତକ୍ଷେପ କରି ପ୍ରଧାନ ଶିକ୍ଷକ ସାନ୍ତୁନୁ ପ୍ରଧାନ ଙ୍କୁ କୋଟଗଡ ବ୍ଲକ ର ଓରା ପଞ୍ଚାୟତ ଡକା ଆଶ୍ରମ ବିଦ୍ୟାଳୟ କୁ ବଦଳି କରିଛନ୍ତି l ହେଲେ ତାଙ୍କ ବିରୁଦ୍ଧରେ ଏତେ ଗୁଡ଼ାଏ ସଙ୍ଗୀନ ଅଭିଯୋଗ ଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉଚିତ ଦଣ୍ଡ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ସରୋଜିନୀ ମଲ୍ଲିକ ଦାବୀ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୧ ତାରିଖ ରାତିରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଦୁଇ ମହିଳା ରୋଷେୟାଙ୍କୁ ବିଦ୍ୟାଳୟ ର ପଛ ପାଖ ଗେଟ ପଟେ ଡ଼ାକି ଦୀର୍ଘ ସମୟ ରଖିବା ପରେ ଛାଡ଼ିବାକୁ ଆସିଥିବା ବେଳେ ରାତିରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ସାଧାରଣ ଲୋକ ପ୍ରଧାନ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିବା ନେଇ ଥାନା ରେ ଅଭିଯୋଗ ହୋଇଥିଲା । ଏ ନେଇ ୩୦ଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରିବା ସହ ଏହି ଘଟଣାରେ ୪ଜଣକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ କେବଳ ଅନ୍ୟ ଏକ ବିଦ୍ୟାଳୟ କୁ ବଦଳି କରି ଜିଲ୍ଲା ପ୍ରଶାସନ କାମ ସାରି ଦେଇଥିବାରୁ ସମଗ୍ର ଅଞ୍ଚଳରେ ଅଦ୍ୟାବଧି ସୁଦ୍ଧା ଚାପା ଉତ୍ତେଜନା ଲାଗି ରହିଛି l ଏଥି ପ୍ରତି ପୁଣି ଦୃଷ୍ଟି ଦେଇ ଉକ୍ତ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରପଞ୍ଚ ଙ୍କ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ