Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ମଦ ବିକ୍ରିକୁ ବନ୍ଦ କରିବା ଦାବିରେ ରେଙ୍ଗାଳିପାଲି ମହିଳା ଚିପିଲିମା ଫାଣ୍ଡି ଦ୍ୱାରସ୍ଥ

ଚିପିଲିମା, ସମ୍ବଲପୁର ବୁର୍ଲାଥାନା ବସନ୍ତପୁର ପଞ୍ଚାୟତ ରେଙ୍ଗାଳିପାଲି ଅଞ୍ଚଳ ତଥା ଚିପିଲିମା ଡାଇକ ଉପରେ କିଛିଦିନ ତଳେ ଏକ ନୂଆ ବେଆଇନ ମଦଦୋକାନ ଗଢିଉଠିଥିଲା।ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ଛାତ୍ରଛାତ୍ରୀ, ଯାତ୍ରୀ ଆଦି ଯାତାୟତ କରୁଥିବାବେଳେ, ଉକ୍ତ ରାସ୍ତାରେ ମଦ ବିକ୍ରିକୁ ନେଇ ଲୋକେ ଅସୁରକ୍ଷିତ ମଣୁଥିଲେ।ଫଳରେ ରେଙ୍ଗାଳିପାଲି ମହିଳାମାନେ ଗତ ବୁଧବାର ଏନେଇ ଚିପିଲିମା ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ।ଫାଣ୍ଡି ଅଧିକାରୀ ତପନ ପ୍ରଧାନ ଏନେଇ ତତ୍ପରତା ପ୍ରକାଶ କରି ତଦନ୍ତ କରି ଉକ୍ତ ମଦ ଦୋକାନକୁ ଯାଇ ଟେବୁଲ, ଚୌକି ଆଦି ଜବତ କରି ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜ୍ଜୁ କରି ଉକ୍ତ ଦୋକାନକୁ ଭାଙ୍ଗିବାକୁ ପରାମର୍ଶ ଦେଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ