Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବ୍ୟବହୃତ ଲବ୍ରୋଟୋରୀ ଖାତା କୁ ବ୍ୟବହାର।ପି ଏମ ଇ ସି ବିଦ୍ୟାର୍ଥୀ ଙ୍କ ପକ୍ଷରୁ ଗରିବ ପିଲାଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ ।

ଗୋପାଳପୁର,୧୮/୦୮ ଶିତଳାପଲ୍ଲୀ ସ୍ଥିତ ପାରାଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟ ଇଲେକ୍ଟ୍ରିଲ ବିଭାଗ ପକ୍ଷରୁ ତାପସ ପାଣିଗ୍ରାହୀ ଙ୍କ ତତ୍ବାବଧାନାରେ ଶୀତଳାପଲ୍ହି ସରକାରୀ ବିଦ୍ୟାଳୟର ଗରିବ ଛାତ୍ରଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକାଲ ବିଭାଗର ଅଧ୍ୟାପକ ବିଭୂତି ଭୂଷଣ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ସହଯୋଗ କରିଥିବା ବେଳେ ବିଭାଗ ଛାତ୍ରଛାତ୍ରୀ ମାନେ ପାଠ୍ୟସାମଗ୍ରୀ ବଣ୍ଟନ କରିଥିଲେ। ତେବେ କଲେଜ୍ ରେ ପିଲା ମାନେ ଦେଉଥିବା ଲବ୍ରୋଟୋରୀ ଖାତା ରେ ବଳି ପଡ଼ୁଥିବା କାଗଜ କୁ ସଂଗ୍ରହ କରି ନୂତନ ଖାତା ତିଆରି କରାଇ ଏହାକୁ ଗରିବ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି।ଯାହା ଫଳରେ ଅର୍ଥ ଅଭାବରୁ ଶିକ୍ଷ୍ୟା ସାମଗ୍ରୀ କିଣିବାରେ ଅସମର୍ଥ ଛାତ୍ରଛାତ୍ରୀ ମାନେ କିଛିଟା ଉପକୃତ ହେବେ ବୋଲି ବିଭାଗ ମୁଖ୍ୟ ଡ଼ ପାଣିଗ୍ରାହୀ ମତ ରଖିଥିଲେ। ତେବେ ଆଗାମୀ ଦିନରେ ପ୍ରତି ସମୟରେ ଏହାକୁ ପରିଚାଳନ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।ଶୀତଳାପଲ୍ହି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର୍ ସହୁ ଛାତ୍ରଛାତ୍ରୀ ଙ୍କ ପ୍ରୟାସ କୁ ପ୍ରଶଂସା କରିବା ସହିତ ଅନୁଷ୍ଠାନ ର ଅଧ୍ୟାପକ ମାନଙ୍କୁ ଧନ୍ୟାବାଦ ଅର୍ପଣ କରିଛନ୍ତି।