Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଘର ଡିହ ର ସ୍ଥାୟୀ ପଟ୍ଟା ଦାବୀ ରେ ଉଲୁଣ୍ଡା ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଲକ୍ଷ୍ମଣପୁର ଗ୍ରାମବାସୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ତହସିଲ ଚଡାଇପଙ୍କ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ଗ୍ରାମବାସୀ ଆଜି ଘର ଡିହ ପାଇଁ ସ୍ଥାୟୀପଟ୍ଟା ଦାବି ନେଇ ଉଲୁଣ୍ଡା ତହସିଲ ଅଫିସ ଘେରାଉ କରିଛନ୍ତି । ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଆସି ଶୁକ୍ରବାର ଉଲୁଣ୍ଡା କଲେଜ ପଡ଼ିଆ ଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଆନନ୍ଦ ବାରିକ ଙ୍କ ନେତୃତ୍ବରେ ବିଭିନ୍ନ ନାରା ଦେଇ ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପ୍ରକାଶ ଯେ ଦୀର୍ଘ ୩୦ ବର୍ଷ ହେବ ପ୍ରାୟ ୩୦୦ ପରିବାର ଉକ୍ତ ସ୍ଥାନରେ ବସବାସ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ହେଲେ କିଛିଦିନ ପୁର୍ବରୁ ତହସିଲ ପକ୍ଷରୁ ଜବରଦଖଲ ଉଛେଦ କରିବା ପାଇଁ ନୋଟିସ ଜାରି କରାଯାଉଛି । ଯାଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଏଣୁ ଆଜି ଗ୍ରାମବାସୀ ନିଜ ଜୀବନ ପଛେ ଦେଇଦେବୁ ହେଲେ ଜାଗା ଛାଡିବୁନାହିଁ ବୋଲି ଚେତାବନୀ ଦେବା ସହ ସ୍ଥାୟୀ ପଟ୍ଟା ପାଇଁ ତହସିଲଦାର ଦିଲ୍ଲୀପ ମାଝୀ ଙ୍କୁ ଏକ ଦାବିପତ୍ର ତାଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରିଛନ୍ତି ।