ଉଲୁଣ୍ଡା, ପଣ୍ଡକିଟlଲ ଛକରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗ ରେ ଜଣେ ଗିରଫ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପଣ୍ଡକିଟାଲ ଛକରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣକୁ ଗିରଫ କରି ଆଜି ଉଲୁଣ୍ଡା ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଜଣେ ଯୁବକ ଏୟାର ବେଗ୍ ଧରି ପଣ୍ଡକିଟାଲ ଛକ ଠାରେ ଛିଡ଼ା ହୋଇଥିଲେ । ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଯୁବକଙ୍କ ଉପରେ ସନ୍ଦେହ ହେବାରୁ ପୋଲିସ ତାଙ୍କ ବେଗ୍ କୁ ଯାଞ୍ଚ୍ କରିଥିବାବେଳେ ବେଗ୍ ରେ ଗଞ୍ଜେଇ ଥିବା ଜଣାପଡିଥିଲା । ସେଠାରୁ ଗଞ୍ଜେଇ ଜବତ କରିବା ସହ ବରଗଡ଼ ଜିଲ୍ଲା ଖରସଲ୍ ଗ୍ରାମର ନବୀନ ଡୁଙ୍ଗୁରି ଙ୍କୁ ଗିରଫ କରିଥିଲା ପୋଲିସ । ଥାନାରେ ଗଞ୍ଜେଇ ଓଜନ କଲାପରେ ୩ କେଜି ୬୯୦ ଗ୍ରାମ୍ ଥିବା ଜଣାପଡିଥିଲା । ତେବେ ଗଞ୍ଜେଇ ବୋୖଦ୍ଧ ଜିଲ୍ଲାରୁ ଚୋରା ରେ ଚାଲାଣ ହେଉଥିବା ତଦନ୍ତରୁ ଜଣାପଡିଥିବା ଆଇଆଇସି ପଞ୍ଚାନନ ନାୟକ ସୂଚନା ଦେଇଛନ୍ତି । ପୋଲିସ ଏନେଇ ଏକ ମାମଲା ୧୧୩/୨୦୨୩ ରେ ରୁଜୁ କରି ଶୁକ୍ରବାର ଅପରାହ୍ନରେ ସଂପୃକ୍ତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।