ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଂଗ୍ରେସ କମିଟୀ ତରଫରୁ ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଓ କରିବା ସହିତ ପ୍ରତିବାଦ କରିଥିଲେ । କଂଗ୍ରେସ କର୍ମୀମାନେ ବହୁ ସଂଖ୍ୟାରେ ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ବ୍ଲକର ସଦର ମହକୁମା ପରିକ୍ରମା କରିଥିଲେ । ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନଅ ଦଫା ସମ୍ମିଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦଳ ପକ୍ଷରୁ ବ୍ଲକ ସ୍ତରରେ ୧୫ ରୁ ୫୦ ପ୍ରତିଶତ ପିସି କାରବାର ବନ୍ଦ କରିବା , ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଂଚାୟତକୁ ଦେଇଥିବା ୫୦ ଲକ୍ଷ ଟଙ୍କା ସିଧାସଳଖ ପଂଚାୟତକୁ ଦିଆଯିବା , କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ଗ୍ରାମ ସଭାରେ ନିଷ୍ପତି ମୁତାବକ ଖର୍ଚ୍ଚ କରାଯିବା , ଖାଲିପଡ଼ିଥିବା ୨,୨୬,୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ କରାଯିବା ଏବଂ ରାଜ୍ୟର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କରିବା , ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବା , ପେଟ୍ରୋଲ , ଡିଜେଲ , ଗ୍ୟାସ , କିରୋସିନି ଭଳି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଯଥା ଲୁଣ ଠାରୁ ତେଲ ପର୍ଯ୍ୟନ୍ତ ଦରଦାମ ବୃଦ୍ଧି ବନ୍ଦ କରିବା , କୃଷିଜାତ ପଦାର୍ଥର ଅଭାବି ବିକ୍ରୀ ବନ୍ଦ କରିବା , କଟନି ଛଟନି ବନ୍ଦ କରିବା ଓ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା , ଲୋ ଭୋଲଟେଜ , ପାୱାରକଟ , ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କରିବା ସହ ଟାଟା କମ୍ପାନୀର ଖାଉଟି ମାରଣ ନୀତି ବନ୍ଦ କରିବା , ଅନୁସୂଚୀତ ଜାତି , ଜନଜାତି , ପଛୁଆବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା , ନାରୀ ନିର୍ଯ୍ୟାତନା ବନ୍ଦ କରିବା , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୁକାରୀ ଚୟନ ବେଳେ କୌଣସି ପ୍ରକାର ପ୍ରିୟାପ୍ରୀତି ତୋଷଣ ନ କରିବା ଓ ରାଜ୍ୟର ପ୍ରକୃତ ଗରୀବ ବାସହୀନ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା , ଏମଏସ.ପି ମୂଲ୍ୟ ବୃଦ୍ଧି କରିବା , ଦରଦାମ ବୃଦ୍ଧି ରୋକିବା ଆଦି ଦାବି କରାଯାଇଛି । ବ୍ଲକ କଂଗ୍ରେସ ସଭାପତି ବସନ୍ତ ମହାକୁର ଙ୍କ ନେତୃତ୍ତ୍ଵ ରେ ଶତାଧିକ କର୍ମି ଉକ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ l
କଂଗ୍ରେସ ଦଳ ପକ୍ଷରୁ ବୀରମହାରାଜପୁର ବ୍ଲକ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ଙ୍କୁ ଦାବିପତ୍ର
