ସୁବର୍ଣ୍ଣପୁର ଜିଲ୍ଲାରେ ନିଖିଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘର ଧାରଣା ା


ସୁବର୍ଣ୍ଣପୁର-ନିଖିଳ ଉତ୍କଳ ପଂଚାୟତ ନିର୍ବାହି ଅଧିକାରୀ ସଂଙ୍ଘର ଡାକରାରେ ଗତ କାଲିଠାରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ଭୁଖରେ ଧାରଣାରେ ବସିଛନ୍ତି ପଂଚାୟତ ନିର୍ବାହି ଅଧିକାରିମାନେ । ଗତ ୭ତରିଖରୁ କଳା ବ୍ୟାଚ ପରିଧାନ କରି ନିଜର କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବେଳେ କାଲି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ଭୁଖରେ ଧାରଣାରେ ବସିଛନ୍ତି । ସେମାନଙ୍କ ଦୁଇଟି ଦାବୀ ନେଇ ବାରମ୍ଭାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ଆଜି ଧାରଣାରେ ବସିଛନ୍ତି । ପଂଚାୟତ ନିର୍ବାହି ଅଧିକାରୀ ମାନଙ୍କ ପଦୋନ୍ନତୀ ଓ ଗ୍ରେଡ ପେ ସମସ୍ୟା ଶିଘ୍ର ସମାଧାନ ନହେଲେ ଏହି ପରି ଭାବରେ ଆନ୍ଧୋଳନ ଜାରୀ ରହିବ ବୋଲି ଚେତାବନି ଦେଇଛନ୍ତି ।