Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ୱାଦିକ ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ବିଶ୍ଵ ଫୋଟୋଗ୍ରାଫି ଦିବସ ପାଳନ ସହ କର୍ମଶାଳା ।

ଗୋପାଳପୁର ୧୯/୮ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମ୍ବାଦିକ ଗଣ ଯୋଗା ଯୋଗ ବିଭାଗ ତରଫରୁ ବିଶ୍ଵ ଫୋଟୋଗ୍ରାଫି ଦିବସ ପାଳନ ସହ ଏକ ଦିବସୀୟ ଫୋଟୋଗ୍ରାଫି କର୍ମଶାଳା ବିଭାଗରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ସେଲିବ୍ରିଟୀ ଫୋଟୋଗ୍ରାଫର୍ ରବି ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାମେରା ବିଷୟରେ ବିସ୍ତୃତ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । କ୍ୟାମେରା ର ଅଂଶ ବିଶେଷ ଯଥା ସଟର୍ ସ୍ପିଡ୍‌, ଆପେରେଚର, ଏବଂ ଆଇ. ଏସ୍.ଓ ର ବ୍ୟବହାର ବିଷୟରେ ବର୍ଣ୍ଣନା କରିଥିଲେ। ପରେ ପ୍ରାକ୍ଟିକାଲ କକ୍ଷରେ କ୍ୟାମେରା କୁ ବ୍ୟବହାର କରି ଛାତ୍ର ଛାତ୍ରୀ ଙ୍କୁ ଦେଖାଇଥିଲେ , ଏବଂ ଛାତ୍ର ଛାତ୍ରୀ ଙ୍କ ର ପ୍ରଶ୍ନ ର ବାସ୍ତବିକ୍ ଉତ୍ତର ଦେଇ କ୍ୟାମେରା ର ବ୍ୟବହାରିତା ଉପରେ ଥିବା ଦ୍ଵନ୍ଦ କୁ ଦୂର କରିଥିଲେ ।ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର୍ ଗଣେଶ ସେଠି ଅତିଥି ପରିଚିତ ଦେବା ସହ ବିଶ୍ଵ ଫୋଟୋଗ୍ରାଫି ଦିବସ ରେ କ୍ୟାମେରା ବିଷୟରେ ସଂକ୍ଷିପ୍ତ ରେ ଛାତ୍ର ଛାତ୍ରୀ ଙ୍କୁ କହିଥିଲେ, ବର୍ତ୍ତମାନ ସମୟ ରେ ସାମ୍ବାଦିକତା କ୍ଷେତ୍ରରେ କ୍ୟାମେରା ର ଉପଯୋଗୀତା ବିଷୟ ରେ ଆଲୋଚନା କରିବା ସହ ଫୋଟ ସ୍ମୃତିର ଏକ ନମୁନା ବୋଲି କହିଥିଲେ । ପୂର୍ବରୁ ବିଶ୍ଵ ଫୋଟୋଗ୍ରାଫି ଦିବସ ପାଇଁ ସ୍ମାର୍ଟଫୋନ୍ ଫଟୋଗ୍ରାଫି ପ୍ରତିଯୋଗିତା ର ଶ୍ରେଷ୍ଠ ଫୋଟ ଗ୍ରlଫର ଭାବେ ପ୍ରଥମ ସ୍ଥାନ ରେ ଫାର୍ମାସୀ ବିଭାଗର ଛାତ୍ର ଶ୍ରୀତମ ସେଠି , ଦ୍ୱିତୀୟ ସ୍ଥାନ ପରିବେଶ ବିଜ୍ଞାନ ବିଭାଗ ର ଛାତ୍ର ବିଶ୍ୱଜିତ ସାମନ୍ତରାୟ , ତୃତୀୟ ସ୍ଥାନ ସାମ୍ବାଦିକ ଗଣ ଯୋଗା ଯୋଗ ବିଭାଗ ର ଛାତ୍ର ଜ୍ୟୋତିରଞ୍ଜନ ବେହେରା ଚୟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ସହକାରି ପ୍ରାଧ୍ୟାପକ ଶ୍ରୀ ଅଗ୍ନି କୁମାର ବେହେରା ଏବଂ ଶ୍ରୀ ସୌରଭ ପ୍ରକାଶ ଶିଟ୍ ଆୟୋଜନ କରିଥିଲେ । ଏହି କର୍ମଶାଳା ରେ ବିଭାଗର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଙ୍କ ସମେତ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।