Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦ୍ବୀପହର ସମୟରେ ଚିପିଲିମାରୁ ସିଟିବସ ଚଳାଇବାକୁ ଦାବି

ଚିପିଲିମା,ଚିପିଲିମା ରୁ ସମ୍ବଲପୁର ସିଟିବସ ଚଳାଚଳ ହେଉଛି।ହେଲେ ଦ୍ବୀପହର ସମୟରେ ଗୋଟିଏ ଭି ବସ ନାହିଁ।ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।ବିଶେଷକରି ଚିପିଲିମାରେ ଏକ ନୂତନ କଲେଜ ପ୍ରତିଷ୍ଠା ହୋଇଥିବାବେଳେ, ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ପଢିବାକୁ ଆସୁଛନ୍ତି।ହେଲେ ଦ୍ବୀପହର ସମୟରେ ଫେରିଲାବେଳକୁ କୌଣସି ବସ ନାହିଁ।ଏପରି ସ୍ଥଳେ ସେମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଟେମ୍ପୁ ରେ ଯାଇ ସେମାନଙ୍କୁ ଅଧିକ ଖର୍ଚ୍ଚ।ନ୍ତ ହେବାକୁ ପଡୁଛି।ଅଞ୍ଚଳର ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିବା୧୨ଟାରୁ ୩ଟା ମଧ୍ୟରେ ଏକ ସିଟିବସ ଚଳାଇବାକୁ ସଚେତନ ମହଲରେ ଦାବି ହେଉଛି।