Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝରିଆଗୁଡା ଠାରେ ବରିଷ୍ଠ ଓ ସଚେତନ ନାଗରିକ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୨୦/୦୮ କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଠାରେ ରବିବାର ସ୍ୱୟଂ ସହାୟକ ଗୋଷ୍ଠି ଙ୍କ ଆୟୋଜନ ରେ ଶିବ ମନ୍ଦିର।ପରିସର ରେ ବରିଷ୍ଠ ଓ ସଚେତନ ନାଗରିକ।ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରେଙ୍ଗାଳପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ।ପଦ୍ମିନୀ ପାତ୍ର ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ମିନିକେତନ ପ୍ରଧାନୀ ଯୋଗଦେଇ ବରିଷ୍ଠ ଓ ସଚେତନ ନାଗରିକ ଙ୍କ ମୂଲ୍ୟବୋଧ କୁ ନେଇ ନିଜର ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ଜୟଲାଲ ନାଏକ, ହରଲାଲ ଗୁପ୍ତା,ହୀରାଲାଲ ସରାଫ,କଳ୍ପବଟ ପଟ୍ଟନାୟକ,ବାହାଦୂର ମାଝୀ, ନାରାୟଣ ପଟ୍ଟନାୟକ,ପଙ୍କଜ ପଟ୍ଟନାୟକ, ରାଜେନ୍ଦ୍ର ସାହୁ,କୃତ୍ତିବାସ ନାଏକ,ସହଦେଵ ପଟ୍ଟନାୟକ, କୁରୁକ୍ଷେତ୍ର ପାଣିଗ୍ରାହୀ, ଘନଶ୍ୟାମ ପଟ୍ଟନାୟକ ପ୍ରମୁଖ ସଚେତନ ନାଗରିକ ଯୋଗଦେଇ ନିଜର ଅନୁଭୂତି କୁ ନେଇ ଆଗାମୀ ପିଢ଼ି କୁ ବାର୍ତ୍ତା ଦେଇଥିଲେ।ରେଙ୍ଗାଳପାଲି ଗ୍ରାମ ପଞ୍ଚାୟତ କୁ ସବୁଜ ସୁନ୍ଦର, ନିଶାମୁକ୍ତ, ସ୍ୱଚ୍ଛ ପରିମଳ ପରିବେଶ କରିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories