Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ ଶିକ୍ଷାନୁଷ୍ଠାନ ଏନ ଏସ ଏସ ସ୍ବେଚ୍ଛାସେବୀ ମାନଙ୍କ ପକ୍ଷରୁ ଗରିବ ଓ ଅନାଥ ଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ।

ଗୋପାଳପୁର,୨୦/୦୮ ପାଲୁର ହିଲ୍ ସ୍ଥିତ ନିଷ୍ଟ ସ୍ଵୟଂଶାସିତ ଶିକ୍ଷାନୁଷ୍ଠାନ ର ଏନ ଏସ ଏସ ସ୍ବେଚ୍ଛାସେବୀ ମାନଙ୍କ ପକ୍ଷରୁ ଆଜି ବ୍ରହ୍ମପୁର ସହ ଉପକଣ୍ଠ ର ବିଭିନ୍ନ ସ୍ଥାନରେ ଗରିବ ଏବଂ ଅନାଥାଶ୍ରମର ଅନ୍ତେବାସୀ ମାନଙ୍କୁ ମାଗଣା ଖାଦ୍ୟ ବଣ୍ଟନ ସହ ବସ୍ତ୍ର ବଣ୍ଟନ କରିଥିଲେ। ଶିକ୍ଷାନୁଷ୍ଠାନ ର କାର୍ଯ୍ୟକ୍ରମ ଅଧିକାରୀ ନୃସିଂହ ପ୍ରସାଦ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ବେଚ୍ଛାସେବୀ ମାନେ ବ୍ରହ୍ମପୁର ରେଳ ଷ୍ଟେସନ, ଗାନ୍ଧୀ ନଗର ଛକ, ସମେତ ବିଭିନ୍ନ ସ୍ଥାନ‌ ବୁଲି ଗରିବ ତଥା ଭିକ୍ଷା ବୃତ୍ତି କରି ଚଳୁଥିବା ଲୋକଙ୍କ ସମେତ ଏକ ଅନାଥାଶ୍ରମର ଅନ୍ତେବାସୀ ମାନଙ୍କୁ ଖାଦ୍ୟ ସହ ବସ୍ତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ନୃସିଂହ ପ୍ରସାଦ ତ୍ରିପାଠୀ ଙ୍କ ସମେତ ଚତୁର୍ଥ ବର୍ଷ ର ବିଦ୍ୟାର୍ଥୀ ତଥା ଏନ ଏସ ଏସ ସ୍ବେଚ୍ଛାସେବୀ ବାଳିକ ଗୃପ କ୍ୟାପଟେନ ପ୍ରତିଭା ଭାର୍ତି, ବାଳକ କ୍ୟାପଟେନ ନିଖିଲ କୁମାର ,ସ୍ଵାତି ରଞ୍ଜନ, ଭାଟସାଲା ପୁଷ୍କର, ଅଭିଷେକ ପ୍ରଧାନ, ହିମାଂଶୁ ସିହ୍ନା, ଏଲିନା ସାହୁ, ନନ୍ଦିନୀ ପାଣ୍ଡେ, ସମ୍ବିତ୍ ନାୟକ,କେ ସାଇ ଶ୍ରୁତି, ଅଞ୍ଜନା କୁମାରୀ ଏବଂ ତୃତୀୟ ବର୍ଷ ର ସ୍ବେଚ୍ଛାସେବୀ ସୀତାରାମ୍ ନାୟକ, ଅଙ୍କିତ କୁମାର , ଦିଶାନଂଶୀ ସାହୁ, ଦେବେଶ କୁମାର, ହର୍ଷିତ ରାଜ ସିଂହ,ଜାନବୀ ସୋଦି,ଜସ୍ମିନ ଜାଜ୍ଞତା ରାଉଳ, କୁନାଲ କୁମାର ସିଂହ, ଲିପ୍ସା ଇପ୍ସିତା ଦାସ, ସାହୁ ଅମିତ, ସନତ କୁମାର ପାଢୀ,ସଞ୍ଜନା ସିଂହ, ସୋନମ ଶର୍ମା,ବିଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ନିଷ୍ଟ ଶିକ୍ଷାନୁଷ୍ଠାନ ରେ ଇଞ୍ଜିନିୟରିଂ ପାଠ ପଢିବା ସହ ବିଦ୍ୟାର୍ଥୀ ମାନେ ନିଜକୁ ସମାଜ ସେବା ରେ ନିୟୋଜିତ କରି ଏଭଳି କାମ କରୁଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories