Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଦିଲ୍ଲୀ ଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ପାଇଁ ଏନଏସଏସ ପକ୍ଷରୁ ଚୟନ ଶିବିର

ଗୋପାଳପୁର ୨୦/୮ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆଜି ନୂଆଦିଲ୍ଲୀ ଠାରେ ହେବାକୁ ଥିବା ୨୦୨୪ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା l ଏହି ଶିବିର ଚଳିତ ଥର ଛାତ୍ରୀ ମାନଙ୍କ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି l ଏହି ଶିବିରରେ ବିଶ୍ବବିଦ୍ୟାଳୟର ଅଧିନରେ ଥିବା ମାଲକାନଗିରି ଜିଲ୍ଲାରୁ ୧୨ଜଣ, କୋରାପୁଟ ଜିଲ୍ଲାର ବିଭିନ୍ନ କଲେଜ୍ ରୁ ୧୮ଜଣ, ରୟଗଡା ଜିଲ୍ଲାରୁ ୬ଜଣ, ଗଜପତି ଜିଲ୍ଲାରୁ ୮ଜଣ,କନ୍ଧମାଳ ଜିଲ୍ଲାରୁ ୬ଜଣ ଓ ଗଞ୍ଜାମ ଜିଲ୍ଲାରୁ ୫୪ ଜଣ ମୋଟ ବିଭିନ୍ନ କଲେଜର ୧୦୪ ଜଣ ବାଳିକା ଭଲ୍ୟୁଣ୍ଟିୟର ଭାଗ ନେଇଥିଲେ।ଏନଏସଏସ ପକ୍ଷରୁ ଛଅ ଜଣିଆ ଚୟନ କମିଟି ଭଲ୍ୟୁଣ୍ଟିଏରମାନଙ୍କ ଦକ୍ଷତା ପରିକ୍ଷା କରିବା ପରେ ୧୦୪ ଜଣଙ୍କ ମଧ୍ୟରୁ ୩୫ ଜଣଙ୍କୁ ରାଜ୍ୟସ୍ତରକୁ ଚୟନ କରିଛନ୍ତି। ଏନଏସଏସ ସଂଯୋଜକ ଡ଼ଃ.ଜୟନ୍ତ କୁମାର ପଣ୍ଡା ଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରରେ ଅବସର ପ୍ରାପ୍ତ ସେନାଧିକାରୀ ଅଭିମନ୍ୟୁ ସେଠୀ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅବସର ପ୍ରାପ୍ତ ସେକସନ ଅଧିକରୀ ରାମ ପ୍ରସାଦ ପଣ୍ଡା, କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଦାଶ, ଡ଼ଃ ଇତିଶ୍ରୀ ଗୀତା କୁମାରୀ ପ୍ରମୂଖ ଉପସ୍ଥିତ ରହି ଭଲ୍ୟୁଣ୍ଟିଏର ଙ୍କୁ ଚୟନ କରିଥିଲେ।