ସୁବର୍ଣ୍ଣ ଚଷା ସେବା ସଂଗଠନ ପକ୍ଷରୁ ଶ୍ରାବଣ ପୂଜା ା


ସୁବର୍ଣ୍ଣପୁର- ମନ୍ଦିର ମାଳିନୀ ସୁବର୍ଣ୍ଣପୁରର ଅଷ୍ଟଶମ୍ଭୁଙ୍କ ମଧ୍ୟରୁ ପ୍ରମୁଖ ଗୋକର୍ଣ୍ଣେଶ୍ୱର ବାବା ମନ୍ଦିରରେ ଆଜି ସୁବର୍ଣ୍ଣ ଚଷା ସେବା ସଂଗଠନ ପକ୍ଷରୁ ଶ୍ରାବଣ ପୂଜା ସହ ଏକ ଜଳଶାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଦେବ ପୂଜନ କାର୍ଯ୍ୟକ୍ରମରେ ଚଷା ସଂପ୍ରଦାୟର ମହିଳା ସଦସ୍ୟମାନେ ମହାନଦୀର ଗୋକର୍ଣ୍ଣେଶ୍ୱର ଘାଟରୁ ଜଳ ଆଣି ବାବା ଗୋକର୍ଣ୍ଣେଶ୍ୱରଙ୍କ ଜଳଶାୟୀ କରିଥିଲେ । କଳ୍ପନା ସାହୁ,ତପସ୍ୱିନୀ ପ୍ରଧାନ,ଅପରାଜିତା ବିଶ୍ୱାଳ,ଅନସୂୟା ପ୍ରଧାନ,ସୁଷମା ପ୍ରଧାନ,ନନ୍ଦିନୀ ପ୍ରଧାନ,ବବିତା ସାହୁ,ସୁନିଳା ସାହୁ,ବିନୋଦିନୀ ପ୍ରଧାନ,ଦୀପାଞ୍ଜଳି ପ୍ରଧାନ ପ୍ରମୁଖ ଜଳଶାୟୀ ପର୍ବରେ ସାମିଲ ହୋଇ ବାବା ଗୋକର୍ଣ୍ଣେଶ୍ୱରଙ୍କ ପଞ୍ଚବିଧି ସ୍ନାନ କରିଥିଲେ । ଏଥି ସହ ମନ୍ଦିର ବେଢାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମାଁରାମଚଣ୍ଡୀଙ୍କ ସ୍ୱତନ୍ତ୍ର ପୂଜା ଓ ଆଳତୀ ସମାହିତ ହୋଇଥିଲା । ଉଭୟ ଶ୍ରାବଣ ପୂଜା ଓ ଜଳଶାୟୀ ପରେ ବାବା ଗୋକର୍ଣ୍ଣେଶ୍ୱରଙ୍କ ପାଖରେ ମହା ଆଳତୀ ଏବଂ ମଧ୍ୟାହ୍ନ ଧୂପରେ ଅନ୍ନ ପ୍ରସାଦ ଲାଗି ହୋଇଥିଲା । ସୁବର୍ଣ୍ଣ ଚଷା ସଂଗଠନର ପ୍ରମୁଖ ଓ ବରିଷ୍ଠ ସଭ୍ୟ ଡ଼. ପୌଲସ୍ତି ସାହୁ,ଡ଼. ଦେବେନ୍ଦ୍ର ପ୍ରଧାନ,ଅଧ୍ୟାପକ ରାଧେଶ୍ୟାମ ପ୍ରଧାନ,ପ୍ରସାଦି ପ୍ରଧାନ,ବେଣୁଧର ପ୍ରଧାନ,ପଞ୍ଚାନନ ସ୍ୱାଇଁ,କୁବେର ସାହୁ, ଶନବ ଧଳ ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେବ ପୂଜନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।