ଆସନ୍ତା 26 ଓ 27 ତାରିଖ ବୀରମହାରାଜପୁର ମିନି ଷ୍ଟାଡିୟମ ରେ କୋଶଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ରେ ଚଳିତ ମାସ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି କୋସଲ ଫୁଟବଳ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ I ଏ ନେଇ ଆଜି କୋଶଲ ସଂଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l ଏ ଖବର ଆୟୋଜକ କୋସଲ କମିଟିର ଆବାହକ ତଥା ସଭାପତି କିଶୋର ହୋତା ସାମ୍ବାଦିକ ସମ୍ବିଲନିରେ ସୁଚନା ଦେଇଛନ୍ତି । ସାମ୍ବାଦିକ ସମ୍ବିଲନିରେ କୋସଲ ସମ୍ବନୟ ସମିତି ଆବାହକ ଆଶ୍ରୟ ମହାନନ୍ଦ , କୋସଲ ଫୁଟବଳ କପ ର ସହଯୋଗୀ ସିଦ୍ଧାର୍ଥ ପାତ୍ର ପ୍ରମୁଖ ଉପସ୍ଥିତ ରହି ସୁଚନା ଦେଇଥିଲେ । ୮ ଗୋଟି ଦଳ କୁ ନେଇ ଆୟୋଜିତ ହେବାକୁ ଥିବା କୋସଲ ଫୁଟବଳ କପରେ ବଳାଙ୍ଗିର , ସମ୍ବଲପୁର , ବୈାଦ୍ଧ , ବରଗଡ , ସୋନପୁର , ହିରାକୁଦ ର ଦଳ ଗୁଡିକ ଅଂଶଗ୍ରହଣ କରିବେ l ଉଦଘାଟନି ଦିବସରେ ଜିଲ୍ଲା ଆରକ୍ଷି ଅଧିକ୍ଷକ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ସ୍ଥାନୀୟ ବିଧାୟକ ଉଦଯାପନି ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକ ସଭାପତି କିଶୋରହୋତା ସୁଚନା ଦେଇଛନ୍ତି ।