କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟିଲେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ


କଳାହାଣ୍ଡି,୨୧/୦୮-ନୂତନ ଭାବେ ଗଠିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଭାବେ ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀଙ୍କ ନାମ ଘୋଷଣା କରିଛନ୍ତି ରାଜ୍ୟ ସରକାର ! ଏନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ହସ୍ତଗତ ହେବା ପରେ ଆଜି ଶ୍ରୀ ମାଝୀ କଳାହାଣ୍ଡି ଜିଲ୍ଲାପାଳ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦର କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପି. ଅନ୍ବେଷା ରେଡ୍ଡୀଙ୍କୁ ତାଙ୍କ ଭବାନୀପାଟଣାସ୍ଥିତ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ନିଜର ଦାୟିତ୍ବ ଗ୍ରହଣ ସଂପର୍କିତ ପତ୍ର ପ୍ରଦାନ କରିଥିଲେ ! ଜିଲ୍ଲାପାଳ ଶ୍ରୀ ମାଝୀଙ୍କୁ ସ୍ବାଗତ ଜଣାଇବା ସହ ଦାୟିତ୍ବ ଗ୍ରହଣକୁ ନେଇ ଶୁଭେଚ୍ଛା ଜଣାଇଥିଲେ ! ଏହାସହିତ ଖୁବ୍ ଶୀଘ୍ର ସ୍ବତନ୍ତ୍ର ଉନ୍ନୟନ ପରିଷଦର ବୈଠକ ଡକାଇବା ପାଇଁ ଅଧ୍ୟକ୍ଷଙ୍କ ପରାମର୍ଶ ନେବେ ବୋଲି ସୂଚନା ଦେଇଥିଲେ !