Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣାଠାରେ ‘ଡାହାଣୀପ୍ରଥାକୁ ନା’ ଶୀର୍ଷକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା

କଳାହାଣ୍ଡି,୨୨/୦୮-ସଚେତନତା ଦ୍ଵାରା ଡାହାଣୀ ଜନିତ କୁସଂସ୍କାର ଓ ଅନ୍ଧବିଶ୍ବାସକୁ ଦୂର କରାଯାଇପାରିବ, ଗ୍ରାମାଞ୍ଚଳରେ ଏ ନେଇ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ଶିକ୍ଷାର ଅଭାବ ଓ କୁସଂସ୍କାର , ଡାହାଣୀ ଓ ଗୁଣିଆ ଭଳି କୁପ୍ରଥା ସାମାଜିକ କଳଙ୍କ ଦୂର କରିବାରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସଚେତନତା କର୍ମଶାଳାରେ ମତ ପ୍ରକାଶ ପାଇଛି। କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇ ଗ୍ରାମାଞ୍ଚଳରେ ଡାହାଣୀ ପ୍ରଥାକୁ ବିରୋଧ କରିବା ତଥା ସମୂଳେ ନାଶ କରିବା ପାଇଁ ବିଶେଷତଃ ଯୁବଗୋଷ୍ଠୀଙ୍କ ଭୂମିକା ଓ ବ୍ୟାପକ ପ୍ରଚାର ସଚେତନତାକୁ ଗୁରୁତ୍ଵ ଦେଲେ ଏହାର ବିଲୋପ ହୋଇପାରିବ ବୋଲି କହିଥିଲେ। ତାଲିମଦାତା ଭାବେ ଡିଏସପି ମୁକ୍ତି କୁମାର କୁଲୁ ଏବଂ ଝାରସୁଗୁଡ଼ା ଜିଲ୍ଲା ସଂଯୋଜକ ପୀତବାସ ବେହେରା ଓଡ଼ିଶା ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ୨୦୧୩ ଓ ଦଣ୍ଡବିଧାନ ସମ୍ବନ୍ଧରେ ସଭାରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ପ୍ରସାଦ ଗୁରୁ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, କଲେଜ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରଭାତୀ ରାଣୀ ତ୍ରିପାଠୀ କର୍ମଶାଳା ପରିଚାଳନା କରିଥିବାବେଳେ ନିୟତିବାଳା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ।