ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କଳାପଥର ପଞ୍ଚାୟତ ଅନ୍ତର୍ଗତ କୁଡାପଡl ବନ୍ଧ ହିଡ଼ ରେ ଆଜି ଏକ ଅଜଗର ସାପ ଏକ ଛେଳି କୁ ଭିଡିମାରି ଦେବା ରୁ ଛେଳିଟି ର ମୃତ୍ୟୁ ହୋଇ ଯାଇଛି l ସୂଚନା ଅନୁସାରେ ଆଜି ଅପରାହ୍ନ ରେ କଳାପଥର ଗ୍ରାମ ର ସଦାନନ କର୍ଣ୍ଣ ନାମକ ଛେଳି ଚରାଳି କଳାପଥର-କୁଡାପଡା ମଝି ରେ ଥିବା କଟାବନ୍ଧ କୁ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଉହାଡ଼ ରେ ଲୁଚି ଥିବା ଅଜଗର ସାପ ଟି ଛେଳି କୁ ଭିଡି ଧରି ଥିଲା l ଫଳରେ ଛେଳି ଚରlଳି ଜାଣି ପlରି ସେଠାରେ ଥିବା ଲୋକମାନଙ୍କୁ ଡାକିବା ପରେ ଦେଖିଲେ ଯେ ସାପ ଗିଳି ଥିବା ଛେଳି ଟିକୁ ପେଟ ରୁ ପୁଣି ବାହାର କରି ଦେଇଥିଲା l ପରେ ବନ ବିଭାଗ କୁ ଖବର ଦେବା ପରେ ଅଜଗର ସାପ କୁ ନେଇ ନିକଟସ୍ଥ ସୁନାପାଲି ଜଙ୍ଗଲ ରେ ଛାଡି ଦେଇ ଥିଲେ l
ଛେଳିକୁ ଭିଡି ମାରିଦେଲା ଅଜଗର ସାପ
