ଅବହେଳିତ ଉଲୁଣ୍ଡା ବ୍ଲକ ର ଦେଝରଣ ଗାଁ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୁଏ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଉପାନ୍ତ ଅଞ୍ଚଳ ଭାବେ ପରିଗଣିତ ଥିବା ଏସ୍.ପତ୍ରାପାଲି ପଞ୍ଚାୟତ ର ଦେଝରଣ ଗ୍ରାମ ଅବସ୍ଥିତ । ଏହି ଗ୍ରାମରେ ୨୫/୩୦ ପରିବାର ବସବାସ କରୁଥିବା ବେଳେ ଗାଁ ଲୋକଙ୍କ ପାଖରେ ସରକାର ଙ୍କ କୌଣସି ମୌଳିକ ସୁବିଧା ସୁଯୋଗ ପହଞ୍ଚି ପାରିନାହିଁ । ଗାଁ କୁ ଯିବା ଆସିବା ପାଇଁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ । ଯାହା ଫଳରେ ଲୋକ ଯିଵା ଆସିବା କରିବାରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଜରୁରୀ ସମୟରେ ଦମକଳ କିମ୍ବା ଆମ୍ଵୁଲାସ୍ ସୁଦ୍ଧା ଗାଁ କୁ ଆସିପାରେ ନାହିଁ I ବର୍ଷା ହେଲେ ନାଲିଆ ରେ ପାଣି ଆସୁଥିବା ରୁ ଯିବା ଆସିବା ପାଇଁ ରାସ୍ତା ବନ୍ଦ ହୋଇଯାଏ । କାହାର ଦେହ ଟିକିଏ ଖରାପ ହେଲେ ତାହାକୁ ଖଟିଆ ରେ ବୋହି ନେବା ଆଣିବା କରିଥାନ୍ତି । ଏହି ଗ୍ରାମରେ ପିଇବା ପାଣି ପାଇଁ ଲୋକେ ନାଲିଆ , ଗାଡିଆ , ଖୋଜା କୂଅଁ ଆଦି ଉପରେ ସର୍ବଦା ନିଭର କରୁଥିବା ବେଳେ ଦୂଷିତ ପାଣି ପିଇ ନାନା ପ୍ରକାର ସଂକ୍ରମଣ ରୋଗରେ ପଡୁ ଥିବା ଅଭିଯୋଗ କରନ୍ତି I ଗାଁ ର ଛୁଆ ମାନଙ୍କ ପାଇଁ ପାଠ ପଢିବା ସ୍ଵପ୍ନ ପାଲଟିଛି I ନା ଅଛି ଅଙ୍ଗନଵାତି ନା ଅଛି ସ୍କୁଲ l ଛୁଆ ମାନେ ବିଦ୍ୟାଳୟ କ’ଣ ଜାଣି ନାହାନ୍ତି । ୫/୬ କି. ମି ବାଟ ଚାଲିଚାଲି ଗଲେ ବିଦ୍ୟାଳୟ ପଡୁ ଥିବାବେଳେ ରାସ୍ତା ନଥିବାରୁ ପିଲାଙ୍କ ପାଠ ପଢ଼ାରେ ଏକ ପ୍ରକାର ଡୋରିଲାଗି ଯାଇଥିବା ଜଣାଯାଏ l ବିଦ୍ୟୁତ ଆଲୁଅ ଦେଖିବା ଗ୍ରାମବାସୀଙ୍କ ପାଇଁ ସ୍ଵପ୍ନ ପାଲଟିଛି । ସବୁ ସୁବିଧା ରୁ ବଞ୍ଚିତ ରହିଥିବା ଏହି ଗାଆଁ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି I