Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଶଲି ଟେଲିଫିଲ୍ମ ‘ ମୋର ରାକ୍ଷି ରୁଷିଚ୍ଛେ’ ର ମୁହୂରତ

ବୀରମହାରାଜପୁର : ସୋନପୁରିଆ ମନୋଜ କ୍ରିଏସନ ତରଫରୁ ଏକ କୋଶଲି ଟେଲିଫିଲ୍ମ ‘ମୋର ରାକ୍ଷୀ ରୁଷିଛେ’ ର ଶୁଭ ମହୁରତ ‌ସୁବର୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି ‌ । ଏଥିରେ ଜଣେ ସୈନିକର ଦେଶ ପ୍ରେମ ତଥା ତାର ପରିବାରବର୍ଗ ପ୍ରତି ଥିବା ଦାୟିତ୍ୱକୁ ଫିଲ୍ମାଙ୍କନ କରାଯାଇଛି । ଲେଖକ ତଥା ନିର୍ଦ୍ଦେଶକ ଭାବରେ ସୋନପୁରରିଆ ମନୋଜ ସାହୁ ରହିଥିବା ବେଳେ କର୍ଣ୍ଣ ମହାନନ୍ଦ ସହ ନିର୍ଦ୍ଦେଶକ ଓ ଦିବ୍ୟ ମେହେର ପ୍ରଯୋଜକ ଭାବରେ କାର୍ଯ୍ୟ ତୁଲାଇଛନ୍ତି ‌‌। ଉକ୍ତ ଟେଲିଫିଲ୍ମ ରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ କଳାକାର ତଥା ସଙ୍ଗୀତଜ୍ଞ ଦିଲ୍ଲୀପ ତ୍ରିପାଠୀ , ସହ କଳାକାର ସଚଳା , ଜିତେନ୍ଦ୍ର , ଉମାଶଙ୍କର , ସୁବାଷ , ରଖି , ରଞ୍ଜିତ , ଅନିମା , ଅଦିତ ଓ ଅନନ୍ୟା ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ୍ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୋନପୁରିଆ ମନୋଜ ଚାନେଲରେ ମୁକ୍ତିଲାଭ କରିବ ବୋଲି ବରିଷ୍ଠ କଳାକାର ଜିତେନ୍ଦ୍ର ଚାନ୍ଦ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏହାର ସୁଟିଂ ବୀରମହାରାଜପୁର ଅଞ୍ଚଳ ର ବିଭିନ୍ନ ସ୍ଥାନ ସହ ରେଢ଼ାଖୋଲ ରେଲୱେ ଷ୍ଟେସନ ଠାରେ ହୋଇଥିବା ଜଣାଯାଇଛି।