ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ସ୍ତରୀୟ ମହାସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ ମୁଖ୍ୟଅତିଥି , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ବିଶି , ସଭାନେତ୍ରୀ ଅଞ୍ଜଳି କର୍ଣ୍ଣ , ଉପସଭାନେତ୍ରୀ ସୌଦାମିନୀ ପ୍ରଧାନ , ସମ୍ପାଦିକା କୌଶଲ୍ୟା ଆଡଜୁଆଲି , ଯୁଗ୍ମ ସମ୍ପାଦିକା ରଶ୍ମିତା ମହାରଣା , କୋଷାଧ୍ୟକ୍ଷା ଗନ୍ଧର୍ପି କଲତା , ନଥିପତ୍ର ଲେଖିକା ଗୀତାଞ୍ଜଳୀ ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ପଞ୍ଚାୟତର ବିଭିନ୍ନ ଇସି ସଭ୍ୟା , ସିଆରପି , ୱାର୍ଡ ସଭ୍ୟ , ଆଶା , ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳ , ବିଭିନ୍ନ ଯୋଜନା ଓ ଜୀବନ ଜୀବିକା ବିଷୟରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ସିଆରପି ଭାବରେ ଯଶୋବନ୍ତି ବଘାର , ଶ୍ରେଷ୍ଠ ସ୍ୱୟଂ ସହାୟିକା ଗୋଷ୍ଠୀ ଭାବରେ ବଳିପାଲିର ଜୟ ମା’ ଭୁବନେଶ୍ଵରୀ , ଶ୍ରେଷ୍ଠ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଭାବରେ ସ୍ୱର୍ଣ୍ଣଲତା ପଧାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଅଞ୍ଜଲି କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।
କେନଝରିଆ ପାଲି ପଞ୍ଚାୟତ ମହାସଂଘର ସାଧାରଣ ପରିଷଦ ବୈଠକ
