ସୁବଳୟାରେ ଯୁବ ରେଡକ୍ରସ ପ୍ରବେଶ ଉତ୍ସବ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଲୟା ସ୍ଥିତ ହାୟର ସେକେଣ୍ଡାରୀ ସ୍କୁଲରେ ଯୁବ ରେଡକ୍ରସ ର ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ସୁବଲୟା ହାୟର ସେକେଣ୍ଡାରୀ ସ୍କୁଲ ର ଅଧକ୍ଷ ଭୋଲାନାଥ କର୍ମିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରବେଶ ଉତ୍ସବରେ ବୀରମହାରାଜପୁର ମହାବିଦ୍ୟାଳୟ ଇଂରାଜି ଅଧ୍ୟାପକ ବିଜୟ ପୁରୋହିତ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୁବ ରେଡକ୍ରସରେ ସାମିଲ ହୋଇ ମାନବସେବା କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ପୁର୍ବତନ ରେଡକ୍ରସ ପରାମର୍ଶଦାତା ରମାକାନ୍ତ ପୁରୋହିତ ଯୋଗଦେଇ ରେଡକ୍ରସ ର ବିଭିନ୍ନ ସେବା କାର୍ଯ୍ୟ ଉପରେ ଥିବା ତାଙ୍କର ଅନୁଭୁତି ବର୍ଣ୍ଣନା କରିଥିଲେ । ଯୁବ ରେଡକ୍ରସ ପରାମର୍ଶଦାତା ଦେବାଷିଶ ପଧାନ ଅତିଥି ପରିଚୟ , ସଭାର ଆଭିମୁଖ୍ୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଝୁନା ମେହେର , ଅନ୍ନଦା ମିଶ୍ର , ମିନତି ପଧାନ , ଦିଲ୍ଳିପ ମେହେର , ଗୋପାଳ ଭୋଇ , ସୁରେନ୍ଦ୍ର ସାହୁ , ହରିହର ସାହୁ ଓ ଶମ୍ଭୁପ୍ରସାଦ ସାହୁ ପ୍ରମୁଖ କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ରେଡକ୍ରସ ସ୍ବେଛାସେବୀ ମାନେ ମିଳିତ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।