ଅଜଣା ଯୁବକର ମୃତଦେହ ଉଦ୍ଧାର ା


ସୁବର୍ଣ୍ଣପୁର-ଏକ ବିଲ ନିକଟରେ ଥିବା ପରିତ୍ୟକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିନିକା ରାମପୁର ରାଜ୍ୟରାଜପଥ କଡରେ ଥିବା ବିଶାଲପାଲି ନିକଟର ଏକ ପରିତ୍ୟକ୍ତ ଘରୁ ମିଳିଛି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ । ମୃତକଙ୍କ ପରିଚୟ ବର୍ତ୍ତମାନପର୍ଯ୍ୟନ୍ତ ମିଳିନାହିଁ । ଆଜି ସକାଳୁ କିଛି ସ୍ଥାନିୟ ଲୋକେ ସେହିରାସ୍ତା ଦେଇ ଯାଉଥିବାବେଳେ ମୃତଦେହ ଝୁଲୁଥୁବା ଦେଖିଥିଲେ । ଆଉ ବିନିକା ପୋଲିସକୁ ଖବର ଦେଇଥିଲେ ା ତେବେ କିଏ ଏହି ଯୁବକ ଓ କାହିଁକି ଏଠାରେ ଆତ୍ମହତ୍ୟାକଲା ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟା ତାହା ଜଣାପଡିନାହିଁ । ପୋଲିସ ତଦନ୍ତ ପରେ ହିଁ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ।