Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛେଳି କୁ ଗିଳି ମାରିଦେଲା  ଅଜଗର ା

ସୁବର୍ଣ୍ଣପୁର-ଛେଳିକୁ ଭିଡି ଧରି ଗିଳି ଦେଲା ଅଗଜର l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର କୁଡାପଡାରେ ଘଟିଛି ଏମିତି ଏକ ଘଟଣା l କୁଡାପଡା ବନ୍ଧ ହିଡ଼ରେ ଏକ ଅଜଗର ସାପ ଏକ ଛେଳି କୁ ଭିଡି ଗିଳିଦେଇ ମାରି ଦେବା ରୁ ଛେଳି ଟି ର ମୃତ୍ୟୁ ହୋଇ ଯାଇଛି l ସୂଚନା ଅନୁସାରେ ଗତକାଲି ଅପରାହ୍ନ ରେ କଲା ପଥର ଗ୍ରାମର  ସଦାନନ୍ଦ କର୍ଣ୍ଣ ନାମକ ଜଣେ ଛେଳି ଚରାଳି  କଳାପଥର କୁଡାପଡା ମଝି ରେ ଥିବା   କଟାବନ୍ଧକୁ ଛେଳି ଚରାଇ ଯାଇଥିଲେ  l ଛେଳି ଟି ଏକ ବୁଦାନିକଟରେ ଚରୁଥିବାବେଳେ ଲୁଚି ଥିବା ଅଜଗର ସାପ ଟି ଛେଳି କୁ ଭିଡି ଧରିଥିଲା l ଛେଳି ଚରାଳି ଜାଣି ପାରି କିଛି ଲୋକ କୁ ଡାକି ଥିଲା ଖବରପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ସାପ କୁ ଧରିବା ପରେ ସାପ ଟି ଗିଳି ଥିବା ମୃତଛେଳି ଅଜଗର ପେଟ ରୁ ପୁଣି ବାହାରି ଯାଇଥିଲା l ବନ ବିଭାଗ ପକ୍ଷରୁ ଅଜଗରକୁ ଉଦ୍ଧାରକରି ନିକଟସ୍ଥ ସୁନାପାଲି  ଜଙ୍ଗଲ ରେ ଛାଡିଦିଆଯାଇଥିବା ଦେଖିବାକୁ ମିଳିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ