ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଦ୍ବାରା ୨୦ କେଜି ଗଞ୍ଜେଇ ଜବତ ସହ ୩ଜଣ ଗିରଫ ା


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ର ଏକ ଟିମ ଆଜି ଗାଡି ଚେକିଙ୍ଗ କରିବା ସମୟରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁଇଟି ଗାଡିରୁ ୨୦କେଜି ଗଜେଂଇ ଜବତ କରିଛି । ପ୍ରଥମେ ସଦର ବ୍ଲକ ବୈଦ୍ୟନାଥ ଛକ ଠାରେ ଏକ ଟିଭିଏସ ଜୁପିଟର ସ୍କୁଟିକୁ ଅଟକାଇ ସେଥିରୁ ଜଣେ ବ୍ୟକ୍ତି ଛତିଶଗଡ ରାଜ୍ୟର ଲକ୍ଷ୍ମଣ ଜାଦବଙ୍କ ଠାରୁ ୮କେଜି ଗଜେଂଇ ଜବତ କରାଯାଇଛି । ସେହିପରି ଭାବରେ ସେହି ଟିମ ପୁଣି ହରଡଖୋଲ ଛକ ଠାରୁ ଏକ ଟିଭିଏସ ଜୁପିଟର ସ୍କୁଟିକୁ ଅଟକାଇ ୧୨କେଜି ଗଜେଂଇ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ସେହି ଦୁଇ ଜଣ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଅଲେଖ କୁମ୍ଭାର ଓ ବୈାଦ୍ଧ ଜିଲ୍ଲାର ଜିତେନ୍ଦ୍ର ହରିପାଲ । ସେମାନେ ତିନିଜଣଙ୍କୁ ଆଜି କୋଟ ଚାଳାଣ କରାଜିବ ବୋଲି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷକ ।