Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗାଜରଘାସ ନିୟନ୍ତ୍ରଣ ସମ୍ବନ୍ଧୀୟ ସଚେତନତା ସପ୍ତାହ ପାଳିତ।

ଗୋପାଳପୁର,୨୩/୦୮ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା କୃଷିବିଜ୍ଞାନ କେନ୍ଦ୍ର (୨) ଅଧୀନରେ ଚିକରଡା ଗ୍ରାମଠାରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା କୃଷିବିଜ୍ଞାନ କେନ୍ଦ୍ର (୨) ଅଧୀନରେ ଚିକରଡା ଗ୍ରାମଠାରେ ଗାଜରଘାସ ନିୟନ୍ତ୍ରଣ ସମ୍ବନ୍ଧୀୟ ସଚେତନତା ସପ୍ତାହ ପାଳିତ ହୋଇ ଥିଲା। କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ବୈଜ୍ଞାନିକ ସସ୍ମିତା ପ୍ରିୟ ଦର୍ଶନୀ ଗାଜରଘାସ ର ପରିବେଶ ପ୍ରତି ବିଷାକ୍ତ ପ୍ରଭାବ ଘାସମରା ଔଷଧ ପ୍ରୟୋଗ ସମ୍ପର୍କରେ ଚାଷୀଭାଇ ମାନଙ୍କୁ ସଚେତନ କରାଇଥିଲେ । ବୈଜ୍ଞାନିକ ସନ୍ଦୀପ ମହାନ୍ତି ଗାଜରଘାସର ମାନବ ସମାଜ ପ୍ରତି କୁପ୍ରଭାବ ଉପରେ ଆଲୋକପାତ କରିବା ସହ ଗାଜରଘାସର ସମନିତ୍ଵ ପରିଚାଳନା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ସଭାରେ ବୈଜ୍ଞାନିକ ଦେବାଶିଷ ଷଡ଼ଙ୍ଗୀ ସ୍ଵାଗତ ଭାଷଣ ଦେଇଥିଲା ବେଳେ ବୈଜ୍ଞାନିକ ସିଦ୍ଧାର୍ଥ ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଚିକରଡ଼ା, ଶାସନପୂ ଗ୍ରାମରୁ ୫୦ରୁ ଉର୍ଦ୍ଧ କୃଷକ ଓ କୃଷିଜୀବୀ ମହିଳା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ