ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ବସଷ୍ଟାଣ୍ଡର ଶିଳାନ୍ୟାସ


ସୁବର୍ଣ୍ଣପୁର-ଆଜି ସାରା ରାଜ୍ୟର ୨୬ଟି ଜିଲ୍ଲାର ୧୨୪ ଟି ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡ ର ଶିଳାନ୍ୟାସ ଓ ୧୩ଟି ଜିଲ୍ଲାର ୨୧ ଟି ବସଷ୍ଟାଣ୍ଡ ର ଆଭାସି ମାଧ୍ୟମରେ ଉଦ୍ଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଓ ଉଲୁଣ୍ଡା ବ୍ଲକ ରେ ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡ ର ଉଦ୍ଘାଟନ ହୋଇଥିବା ବେଳେ ଜିଲ୍ଲା ର ସଦର ବ୍ଲକ ସୋନପୁର ବ୍ଲକ ରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ର ଶିଳାନ୍ୟାସ କରିଛନ୍ତି । ଏହାକୁ ନେଇ ସୋନପୁର ସହର ର ନୂତନ ଟାଉନ ହଲ ଠାରେ ଏକ ସଭା ର ଆୟୋଜନ କରାଯାଇଥିଲା । ଏହି ସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ସୋନପୁର ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାୟକ ,ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକ , ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଙ୍କ ସହ ବହୁ ଲୋକ ଯୋଗଦେଇ ଥିଲେ । ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡ ର ଶିଳାନ୍ୟାସ ହେବା ଫଳରେ ଜିଲ୍ଲା ବାସି ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ ।