Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ନୂତନ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଦର ମହକୁମା କଲେଜ ପଡିଆ ନିକଟରେ ନିର୍ମିତ ନୂତନ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ବୁଧବାର ଲୋକାର୍ପିତ ହୋଇଯାଇଛି । ଭର୍ଚ୍ଚୁଆଲ ଯୋଗେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା , ସ୍ଥାନିୟ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର , ଗୋଷ୍ଠି ଉନ୍ନୟନ ଅଧିକାରୀଣି କରିସ୍ମା ବେସ୍ରା , ତହସିଲଦାର ଦିଲ୍ଲିପ ମାଝୀ ପ୍ରମୁଖ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅତ୍ୟାଧୁନୀକ ଏହି ବସ୍‌ଷ୍ଟାଣ୍ଡ ଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ଏଥିସହ ଲୋକଙ୍କ ଗମନା ଗମନ କ୍ଷେତ୍ରରେ ସୁବିଧା ହୋଇ ପାରିବ ଏବଂ ଲୋକ ଏଣେତେଣେ ଛିଡା ନହୋଇ ଗୋଟିଏ ସ୍ଥାନରୁ ଯିବା ଆସିବା କରିପାରିବେ ବୋଲି କହିଥିଲେ । ଆଜିର ଏହି ଉଦଘାଟନୀ ଉତ୍ସବରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତର ସରପଂଚ , ସମିତିସଭ୍ୟଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇଥିଲେ ।