Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଲୋକଙ୍କ ବାଇକ ଧକ୍କାରେ ଜଣକୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଧିନସ୍ଥ ଖଣ୍ଡହତା ଗ୍ରାମରେ ରାସ୍ତା କଡରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଙ୍କୁ ଗତ ବିଳମ୍ବିତ ରାତ୍ରିରେ ଏକ ବାଇକ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲ୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଖଣ୍ଡହତା ଗ୍ରାମର ରାଧେ ବଗର୍ତ୍ତି(୪୦) । ସୁଚନାମତେ ଗତ ରାତିରେ ଜଣେ ବାଇକ ଚାଳକ ବେପରୁଆ ଭାବେ ବାଇକ ଚଳାଇ ରାସ୍ତା କଡରେ ପରିସ୍ରା ସାରି ଛିଡା ହୋଇଥିବା ରାଧେ ବଗର୍ତ୍ତି ଙ୍କୁ ଧକ୍କା ଦେଇଥିଲା ।ଫଳରେ ଠିଆ ହୋଇଥିବା ବ୍ୟକ୍ତି ଜଣକ ତଳେ ପଡି ବାମ ଗୋଡ ସମ୍ପୁର୍ଣ୍ଣ ଛିଣ୍ଡି ପଡିଥିଲା । ତେବେ ବାଇକ ଚାଳକ ଜଣକ ବାଇକ ନେଇ ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ବାଇଟି ଷ୍ଟାଟ ହୋଇ ନ ଥିଲା । ବାଇକ କୁ ଛାଡି ଅନ୍ଧାର ର ସୁଯୋଗ ନେଇ ଫେରାର ହୋଇଯାଇଥିଲା । ଉକ୍ତ ରାସ୍ତା ଦେଇ ବୀରମହାରାଜପୁର ଜୋନ ୨ ଜିଲ୍ଲାପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା ନିଜ ଗାଡିରେ ଫେରୁଥିବା ସମୟରେ ଆହତକୁ ଚିକିତ୍ସା ପାଇଁ ବୀରମହାରାଜପୁର ଡାକ୍ତରଖାନା କୁ ପଠେଇବା ସହିତ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ୮ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆହତ ଜଣକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ସକାଳୁ ବୁର୍ଲ୍ଲା ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ସୁଵଲୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ବାଇକ କୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ