ଚନ୍ଦ୍ରଯାନ -3 ର ସଫଳତାରେ ବାଣ ଫୁଟାଇ ଖୁସି ମନେଇଲେ ବୀରମହାରାଜପୁର ଅଞ୍ଚଳ ବାସୀ


ବୀରମହାରାଜପୁର : ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ସମଗ୍ର ବୀରମହାରାଜପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବୁଧବାର ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ବହୁ ଲୋକ ଟେଲିଭିଜନ ପରଦା ଓ ମୋବାଇଲ ଫୋନ୍ ଆଦିରେ ସିଧା ପ୍ରସାରଣ ଦେଖିଥିଲେ । ଅନେକ ସ୍ଥାନରେ ବାଣ ଫୋଟକା ଫୁଟେଇ ଲୋକମାନେ ଉଲ୍ଲାସ ମନେଇ ଥିଲେ । ସୁବଳୟା , ମୁର୍ଷୁଣ୍ଢି , ଅମରପାଲି , ଖଣ୍ଡହତା , ବାଗବର , ଉଫୁଲା ଆଦି ସ୍ଥାନରେ ଅନେକ ଲୋକ ଖୁସି ମନେଇ ବାଣ ଫୁଟାଇବା ସହ ଇସ୍ରୋରେ କାର୍ଯ୍ୟରତ ଭାରତୀୟ ବୈଜ୍ଞାନିକଙ୍କ ଜୟକାର କରିଥିଲେ । ଅନେକ ଲୋକ ଚନ୍ଦ୍ରଯାନର ସଫଳତା କାମନା କରି ମନ୍ଦିରରେ ଆଜି ସକାଳେ ଓ ସନ୍ଧ୍ୟା ସମୟରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।