ମାହେଶ୍ଵରୀ ମହୋତ୍ସବ- 2023 ପାଇଁ ପ୍ରସ୍ତୁତି ବୈଠକ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ କାନପୁର ସ୍ଥିତ ମାହେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ମହେଶ୍ବରୀ ମହୋତ୍ସବ-୨୦୨୩ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଁ’ ମାହେଶ୍ବରୀ ସେନା ସଭାପତି ଜିତେନ୍ଦ୍ର ମେଣ୍ଡିଲି ଉକ୍ତ ବୈଠକରେ ପୌରୋହିତ୍ୟ କରିଥିଲେ । ବୈଠକରେ ମାହେଶ୍ବରୀ ସେନା ର ଭଗବାନ କର୍ଣ୍ଣ , ପ୍ରକାଶ ପଧାନ , ଢଳେଶ ପଧାନ , ମଳୟ ଅମାତ , କାହ୍ନୁ ମହାକୁର , ସୁନିଳ ପଧାନ , ସୁଧାଂଶୁ କର୍ଣ୍ଣ , ବିକାଶ ମହାକୁର , ପ୍ରଦୀପ ପଧାନ , ନିଳକଣ୍ଠ ପଧାନ , ସୁଧାଂଶୁ ମେଣ୍ଡିଲି , ବିକାଶ ଅମାତ ପ୍ରମୁଖ ଯୋଗଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ ।ଆସନ୍ତା ନଭେମ୍ବର ୫ ତାରିଖ ରବିବାର ଦିନ ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ଉକ୍ତ ମାହେଶ୍ବରୀ ମହୋତ୍ସବ କରାଯିବା କୁ ସର୍ବସମ୍ମତି କ୍ରମେ ନିସ୍ପତ୍ତି ନିଆଗଲା । ମହୋତ୍ସବରେ ବିଭିନ୍ନ ଅଂଚଳରୁ ଡୁମାଳ ସମାଜର ବ୍ୟକ୍ତି ବିଶେଷ ଯୋଗଦେବା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯିବାର ନିସ୍ପତ୍ତି ନିଆଯାଇଛି । କିଭଳି ଭାବରେ ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହେବ , ସେନେଇ ବିଭିନ୍ନ ସୁଚିନ୍ତିତ ମତାମତ ଗ୍ରହଣ କରାଯାଇଥିଲା । ଭଗବାନ କର୍ଣ୍ଣ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରକାଶ ପଧନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାହେଶ୍ବରୀ ସେନା ର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।