Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତହସିଲଦାର ଙ୍କୁ ମଦ୍ୟପ ଶିକ୍ଷକ ଙ୍କ ଦୁର୍ବ୍ୟବହାର ଅଭିଯୋଗ

କୋକସରା:୨୪/୦୮ କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଆମପାଣି ପଞ୍ଚାୟତ ବିରିମୁହାଣ ଗ୍ରାମ କୁ ଗୁରୁବାର କୋକସରା ତହସିଲଦାର ଦେବବ୍ରତ କରାଟି ସରକାରୀ କାର୍ଯ୍ୟ ରେ ଯାଇଥିବା ବେଳେ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ। ସ୍କୁଲ ର ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଙ୍କ ସହ ସ୍କୁଲ ର ବିଭିନ୍ନ ଆନୁସଙ୍ଗିକ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସ୍କୁଲ ର ଛାତ୍ରଛାତ୍ରୀ ଙ୍କୁ ଶ୍ରେଣୀ କୋଠରି ରେ ଭେଟି ଶିକ୍ଷାଦାନ ବିଷୟରେ ପଚାରି ବୁଝିବା ସହ ଫେରିବାକୁ ବାହାରି ଥିବା ବେଳେ ପୂର୍ବରୁ ସେହି ସ୍କୁଲ ରେ ଶିକ୍ଷକ ଥିବା ବିରଞ୍ଚି ନାରାୟଣ ନାଏକ ମାତାଲ ଅବସ୍ଥାରେ ଆସି ତହସିଲଦାର ଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ସୂଚନା ମତେ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୧୧ ରୁ ବିରଞ୍ଚି ନାରାୟଣ ନାଏକ ସହକାରୀ ଶିକ୍ଷକ ରହିଥିଲେ ତେବେ ଗତ ୨୦ ତାରିଖରେ ତାଙ୍କୁ ବିରିମୁହାଣ ରୁ ତେତେଲପଡା ବିଦ୍ୟାଳୟ କୁ ବଦଳି ହୋଇଥିବା ବେଳେ ସେ ଆଜି ସ୍କୁଲ କୁ ନଯାଇ ବିରିମୁହାଣ ଗାଁ ଆସିଥିଲେ ଓ ମଦ ପିଇ ସ୍କୁଲ ପରିଦର୍ଶନ ରେ ଆସିଥିବା ବେଳେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଙ୍କୁ ପଚାରିବାରୁ ଘଟଣା ଟି ସତ, ଶିକ୍ଷକ ପୂର୍ବରୁ ମଦ ପିଇ ସ୍କୁଲ କୁ ଆସୁଥିଲେ, ବିଇଓ ଙ୍କୁ ଅଭିଯୋଗ ମଧ୍ୟ ପୂର୍ବରୁ କରାଯାଇଛି ବୋଲି କହିଛନ୍ତି। ଏନେଇ କୋକସରା ବିଇଓ ରଶ୍ମିତା ନେତମ ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ଅବଗତ ଅଛି ଓ ଯାହା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି।