ପାଠ ପଢ଼ାରେ ଆର୍ଥିକ ପ୍ରତିବନ୍ଧକ ସାଜିଛି ଦୃଷ୍ଟିହିନ ଟେଲିପାଲି ର ଯୁବକ କୁଶ ଭଏନା


ବୀରମହାରାଜପୁର : ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ କେବେ ବିଫଳ ଯାଏ ନାହିଁ । ଅନ୍ଧ ହୋଇ ମଧ୍ୟ ପ୍ରତିକୃଳ ପରିସ୍ଥିତିରେ ସଙ୍ଘର୍ସ କରି ସଫଳତା ପାଇଛନ୍ତି ଜଣେ ଦୃଷ୍ଟି ବାଧିତ ଯୁବକ । ଯୁବକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତ ତେଲିପାଲି ଗ୍ରାମର କୁଶ ଭଏନା(୨୮) । ସେ ସମ୍ପୁର୍ଣ୍ଣ ଦୃଷ୍ଟି ବାଧିତ। ମାତ୍ର ଚଳିତ ବର୍ଷ ହୋଇଥିବା ବ୍ୟାଚଲର ଅଫ ଏଜୁକେସନ (ବି.ଏଡ) ପ୍ରବେଶିକା ପରୀକ୍ଷାରେ ସଫଳତାର ସହିତ ଉତ୍ତିନ୍ନ ହୋଇ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ପ୍ରବେଶିକା ପରୀକ୍ଷାରେ ସମୁଦାୟ ୯୦ ନମ୍ବର ରୁ ୫୨.୭୫ ନମ୍ବର ରଖି ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାତ୍ର ପରିବାର ର ଆର୍ଥିକ ଅବସ୍ଥା ସୋଚନୀୟ ଥିବାରୁ ତାଙ୍କର ପାଠ ପଢିବାରେ ବାଧା ଦେଖାଦେଇଛି । ଏଣୁ ଦୃଷ୍ଟିବାଧିତ କୁଶ ସାଧାରଣ ବ୍ୟକ୍ତି ବିଶେଷ ଓ ବଦାନ୍ୟ ବ୍ୟକ୍ତି ଙ୍କୁ ପାଠ ପଢିବାକୁ ସହାୟତା କରିବାକୁ ଅନୁରୋଧ କରୁଛନ୍ତି । ସୁଚନାମତେ ତେଲିପାଲି ଗ୍ରାମର କୁଶ ଭଏନା ଙ୍କ ବାପା ଜୁଆନି ଭଏନା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କ ମାଆ ଙ୍କ ବହୁ ଦିନରୁ ମୃତ୍ୟୁ ହୋଇସାରିଛି । ୨୦୧୯ ରେ କୁଶ ଙ୍କ ମୁଣ୍ଡର ଭେନ୍ ସମସ୍ୟା ହେବାରୁ ସେ ଡାକ୍ତର ଙ୍କ ପାଖ କୁ ଯାଇଥିଲେ । ଡାକ୍ତର ଏହାର ଅପରେସନ କରିବାକୁ କହିଥିଲେ । ମାତ୍ର ଆର୍ଥିକ ସମସ୍ୟା ଯୋଗୁଁ ଅପରେସନରେ ବିଳମ୍ବ ହେଲା । ମାତ୍ର ସେତେବେଳକୁ ତାଙ୍କର ଉଭୟ ଆଖି ନଷ୍ଟ ହୋଇଯାଇଥିଲା । ସେତେବେଳେ ସେ ସ୍ନାତକ ପାଠ୍ୟକ୍ରମ ପଢିସାରିଥିଲେ । ସେହି ଦିନଠାରୁ ତାଙ୍କର ପାଠପଢାରେ ସମସ୍ୟା ଦେଖାଦେଲା ।ତଥାପି ଭାଙ୍ଗି ପଡି ନ ଥିଲେ । ଗ୍ରାମର ଅନ୍ୟଜଣେ ଯୁବକଙ୍କ ସହାୟତା ନେଇ ପାଠ୍ୟ ପୁସ୍ତକ ର ପାଠ ଶୁଣି ଶୁଣି ନିଜକୁ ବିଭିନ୍ନ ଶିକ୍ଷକ ହେବା ପାଇଁ ଡିପ୍ଲୋମା ଇନ ଏଲିମେଣ୍ଟାରି ଏଜୁକେସନ (ଡି.ଏଲ.ଇ.ଡି ) ଓ ବ୍ୟାଚଲର ଅଫ ଏଜୁକେସନ (ବି.ଏଡ୍) ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ । ପ୍ରଥମ ଥର ଡି.ଏଲ.ଇ.ଡି ପ୍ରବେଶିକା ପରୀକ୍ଷାରେ ବିଫଳ ହୋଇଥିଲେ ମଧ୍ୟ ଦ୍ବିତୀୟ ପ୍ରଚେଷ୍ଟାରେ ସଫଳ ହୋଇ ସୋନପୁର ଶିକ୍ଷା ଓ ଶିକ୍ଷକ ତାଲିମ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ମାତ୍ର ଆର୍ଥିକ ସମସ୍ୟା ଯୋଗୁଁ ନାମ ଲେଖାଇ ପାରି ନ ଥିଲେ । ଚଳିତ ବର୍ଷ ପ୍ରଥମ ଥର ବି.ଏଡ୍ ପ୍ରବେଶିକା ପରୀକ୍ଷା ଦେଇ କୃତ କାର୍ଯ୍ୟ ହୋଇ ସମ୍ବଲପୁର ସ୍ଥିତ ପର୍ଶୁରାମ ମିଶ୍ର ଇନଷ୍ଟିଚ୍ୟୁଟ ଆଫ୍ ଏଡଭାନ୍ସ ଷ୍ଟଡିଚ୍ ରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପରିବାର ର ଆର୍ଥିକ ଅବସ୍ଥା ଠିକ୍ ନ ଥିବାରୁ ସେ ନାମ ଲେଖାଇବା ସହିତ ହଷ୍ଟେଲ ରେ ରହି ପାଠ ପଡିବା ରେ ଅସମର୍ଥ ଅଟନ୍ତି । ତେବେ ପାଠ ପଢିବାର ଇଚ୍ଛାଶକ୍ତି ରଖିଥିବା ଅସହାୟ କୁଶ ଏବେ ସହାୟତା ପାଇଁ ବଦାନ୍ୟ ବ୍ୟକ୍ତି ବିଶେଷ ଙ୍କୁ ଅନୁରୋଧ କରୁଛନ୍ତି । ତାଙ୍କ କହିବା ମୁତାବକ ନାମ ଲେଖା ପାଇଁ ୫୨୦୦ଟଙ୍କା , ହଷ୍ଟେଲ ରେ ନାମ ଲେଖା ପାଇଁ ୮ ହଜାର ଟଙ୍କା ଓ ହଷ୍ଟେଲ ପାଇଁ ପ୍ରତିମାସ ୨ ହଜାର ଲେଖାଏଁ ଟଙ୍କା ଦରକାର । ମାତ୍ର ମୋ ପରିବାର ଅତ୍ୟନ୍ତ ଗରୀବ ଓ ମୁଁ ଦୃଷ୍ଟି ବାଧିତ ହୋଇଥିବାରୁ ଟଙ୍କା ସଂଗ୍ରହ ମୋ ପାଇଁ ଅସମ୍ଭବ ହୋଇ ପଡିଛି। ମୋତେ ସହାୟତା କଲେ ମୁଁ ଉକ୍ତ ତାଲିମ ସଂମ୍ପୁର୍ଣ୍ଣ କରି ଭବିଷ୍ୟତରେ ଜଣେ ଶିକ୍ଷକ ହୋଇ ପାରିବି ବୋଲି ପ୍ରକାଶ କରିଛନ୍ତି । ତେବେ ସରକାରୀ ସ୍ତରରେ କିମ୍ବା ସାଧାରଣରେ ସହଯୋଗ କଲେ ଦୃଷ୍ଟି ବାଧିତ କୁଶ ପାଠ ପଢିପାରିବେ ।