ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଜନ ଆରୋଗ୍ୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ଜୋନ-୨ ର ଜିଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଡା.ଆନନ୍ଦ କୁମାର ସାହୁ ଗତ ବର୍ଷର ଅନୁଦାନ ଓ ଖର୍ଚ୍ଚ ତଥା ଆଗାମି ଦିନରେ ଉନ୍ନୟନମୂଳକ କାର୍ଯ୍ୟର ଖସଡା ଉପରେ ଉପସ୍ଥାପନ କରିଥିଲେ । ସର୍ବସମ୍ମତିକ୍ରମେ ଉକ୍ତ ପ୍ରସ୍ତାବ ଗୁଡିକ ଗୃହିତ ହୋଇଥିଲା । ଉକ୍ତ ବୈଠକରେ ଆୟୁସ ଡାକ୍ତର ବିଶ୍ବାନାଥ ରଥ , ବି.ପି.ଏମ ମହେନ୍ଦ୍ର ମିଶ୍ର , ପିଏଚଇଓ ସ୍ବର୍ଣ୍ଣପ୍ରଭା ଜୁଏଡ , ଆଇସିଡିଏସ ସୁପରଭାଇଜର ଆରତି ମିଶ୍ର , ସ୍ବେଚ୍ଛାସେବୀ ସଞ୍ଜିବ ମେହେର , କୈଲାସ ଅଗ୍ରୱାଲା , ବାବୁଲୁ ଆଗ୍ରୱାଲା , ସୁବଳୟା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ବେହେରା , ଦେବୀଦତ୍ତ ସାହୁ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉର୍ମିଳା ବେହେରା , ଆଦିତ୍ୟ ସାହୁ , ସନ୍ତୋଷ କୁମାର ଦାଶ , ଉର୍ମିଳା ବେହେରା , ଟୁନା ମେହେର ପ୍ରମୁଖ ଯୋଗଦେଇ ଥିଲେ । ଶେଷରେ ଡା.ବିଶ୍ବନାଥ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ସୁବଳୟା ସ୍ବାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତିର ବୈଠକ
