Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥୁଟିବର ଗ୍ରାମ କୁ ରାଜସ୍ୱ ଗ୍ରାମ ର ମାନ୍ୟତା ଦାବି, ଅତିରିକ୍ତ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ।

କୋକସରା:୨୫/୦୮ କୋକସରା ବ୍ଲକ ଗୋତୋମୁଣ୍ଡା ପଂଚାୟତ ମୌଜା ଅଧିନରେ ଥିବା ଥୁଟିବର ଗ୍ରାମ କୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମ ର ମାନ୍ୟତା ପ୍ରଦାନ କରିବାକୁ ଥୁଟିବର ଗ୍ରାମବାସୀ ମାନେ କୋକସରା ତହସିଲଦାର ମୋହନ ଚରଣ ଜେନା ଙ୍କୁ ଭେଟି ଲିଖିତ ଦାବି କରିଛନ୍ତି। କଳାହାଣ୍ଡି ଜିଲ୍ଲା ଶେଷ ସୀମାନ୍ତ ରେ ଥିବା ଥୁଟିବର ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ପ୍ରାୟ ୧୨୦୦ ଜନସଂଖ୍ୟା ରହିଥିବା ବେଳେ ୧୦୦୦ ହେକ୍ଟର ରୁ ଉର୍ଦ୍ଧ ଚାଷଜମି ରହିଛି। ଗ୍ରାମରେ ଅନାବାଦୀ ସରକାରୀ ଗୋଚର ଜମି, ଜଳଚର ରାଇତାନି ଜମି ବହୁତ ମାତ୍ର ରେ ରହିଥିବା ବେଳେ ଭୌଗଳିକ ଦୃଷ୍ଟିକୋଣରୁ ମଧ୍ୟ ରାଜସ୍ବ ଗ୍ରାମ ପାଇଁ ସମସ୍ତ ପ୍ରକାର ଉପଯୁକ୍ତ ଭିତ୍ତିଭୂମି ରହିଛି। ପଂଚାୟତ ମହକୁମା ଠାରୁ ୨ କିଲୋମିଟର ଦୁର ରେ ଥୁଟିବର ଗ୍ରାମ ରହିଛି। ଗତ ଅପ୍ରେଲ ମାସ ରେ ରାଜସ୍ୱ ବିଭାଗ ପକ୍ଷରୁ ଗ୍ରାମର ସୀମା ନିର୍ଦ୍ଧାରଣ ମଧ୍ୟ କରାଯାଇଛି।୩୦/୦୫/୯୬ ମସିହାରେ ଗ୍ରାମ କୁ ରାଜସ୍ୱ ଗ୍ରାମ କରିବାକୁ ସରକାର ଘୋଷଣା କରିଥିଲେ ହେଲେ ଏହା ମଧ୍ୟରେ ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏଦିଗରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଫଳରେ ଅନେକ ମୌଳିକ ଅଧିକାର ରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ଥୁଟିବର ଗ୍ରାମବାସୀ ଙ୍କ ପକ୍ଷରୁ ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରି,ହେମ ଗୋପାଳ, ତରୁଣ ଗୋପାଳ, ଉପେନ୍ଦ୍ର ଗୋପାଳ, ତ୍ରିଲୋଚନ ପ୍ରଧାନ, ତୁଲାରମ ଗୋପାଳ ପ୍ରମୁଖ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ