Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ବନ ବିଭାଗ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ଶାଳ ଗଣ୍ଡି ଜବତ କରିବା ସହ ଗିରଫ କରିଛି 4 ଜଣକୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଳ ଅଇଁଲାଛାଟ ଛକ ନିକଟ ଦଳଟାଙ୍ଗର ସଂରକ୍ଷିତ ଜଙ୍ଗଲରୁ ଶାଳ ଗଣ୍ଡି ଓ ସିଲପଟ୍ ଚୋରାଚାଲାଣ ବେଳେ ବନବିଭାଗ ଚଢାଉ କରି ୪ ଜଣ କୁ ଗିରଫ କରିବା ସହ ବିପୁଳ ପରିମାଣର ଶାଳ ଗଣ୍ଡି ଓ ସିଲପଟ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସନସନପୁର ଗ୍ରାମର ଲିକୁ ପାଲି , ବିଶିପଡା ଗ୍ରାମର ବିରଂଚି ରାଉତ , ନାଏକପଡା ଗ୍ରାମର ରାମେଶ୍ୱର ରଣା ଏବଂ ଅଇଁଲାଛାଟ ଗ୍ରାମର ଏମପି ପ୍ରଧାନ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ପାଖରୁ ୭ ଟି ଶାଳ ଗଣ୍ଡି ଏବଂ ୧୦ ଖଣ୍ଡ ସିଲପଟ୍ ଜବତ କରିଥିବା ଜଣାପଡିଛି । ଉକ୍ତ ଜଙ୍ଗଲରୁ ଦୀର୍ଘ ଦିନ ହେଲା ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଥିଲା । ଆଜି ଶାଳ କାଠ କରତୁ ଥିବା ସୂଚନା ପାଇ ଉଲୁଣ୍ଡା ରେଞ୍ଜର ସଂଜୀବ ରାଉତଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ କର୍ମଚାରୀ ଚଢାଉ କରିଥିଲେ । ଏନେଇ ବନବିଭାଗ ଏକ ମାମଲା ରୁଜୁ କରିବା ସହ ଶୁକ୍ରବାର ସନ୍ଧ୍ୟାରେ କୋର୍ଟଚାଲାଣ କରିଥିବା ଜଣାପଡିଛି ।