କଳାପଥର କଲେଜ ଯୁକ୍ତ ଦୁଇ ପ୍ରଥମ ବର୍ଷ , ଛାତ୍ରଛାତ୍ରୀ ଙ୍କ ଅନୁଭୂତି କହିଲେ ପ୍ରଥମ ଦିନର


ବୀରମହାରାଜପୁର : ସ୍କୁଲ ପାଠ ପରେ ପ୍ରଥମ କରି କଲେଜ ଯିବା ଯେତିକି ଉତ୍ସାହ ଥାଏ ସେତିକି ଡର ବି ଥାଏ । ନୂଆ ସାଙ୍ଗ ତା ସହିତ ପାଠ୍ୟକ୍ରମ ରେ ଢାଞ୍ଚା ପରିବର୍ତ୍ତନ କୁ ନେଇ ପିଲା ବେଶ ଉତ୍ସାହିତ ଥାନ୍ତି । ୟା ଭିତରେ ଚଳିତ ବର୍ଷ +୨ ନାମ ଲେଖା ପ୍ରାୟ ସରୁଛି। ପାଠ ପଢା ମଧ୍ୟ ଆରମ୍ଭ ହୋଇଗଲାଣି । ବିଭିନ୍ନ କଲେଜ ମାନଙ୍କରେ ସ୍ବାଗତ ସମାରୋହ କରି ନୂତନ ଭାବେ କଲେଜ ରେ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରାଯାଉଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ସତ୍ୟବାଦୀ ହାୟର ସେକେଣ୍ଡାରୀ କଲେଜରେ ନୂଆ କରି ନାମ ଲେଖାଇଥିବା ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସ୍ବାଗତ ସମାରୋହ କରାଯାଇଥିଲା l ସେଥିରେ ନିଜ ନିଜ ମଧ୍ୟରେ କଲେଜ ର ପ୍ରଥମ ଦିନ ଅନୁଭୂତି ବାଣ୍ଟୁଥିଲେ । ତନ୍ମମଧ୍ୟରୁ ଶୁଭଶ୍ରୀ ବନ୍ଦିତା ରାଣୀ ଓତା ( ଯୁକ୍ତ ଦୁଇ, ପ୍ରଥମ ବର୍ଷ ଛାତ୍ରୀ ) ନିଜ ପ୍ରଥମ ଦିନ ଅନୁଭୂତି କୁହନ୍ତି : – କଲେଜର ପରିବେଶ ତାଙ୍କୁ ଆକର୍ଷିତ କରିଛି l
ମୋ ଘର ଠାରୁ କଲେଜ ର ଦୂରତା ପ୍ରାୟ ୭ କିମି ହେବ । ପ୍ରଥମ ଦିନ ମୁଁ ଆମ ଗ୍ରାମର ମୋ ସାଙ୍ଗ ମାନଙ୍କ ସହିତ କଲେଜ ଆସିଥିଲି ।
ମୁଁ କଲେଜ ଆସିବା ପୂର୍ବରୁ ଭୟ ଆଶଙ୍କାରେ ଥିଲି । କଲେଜ କେମିତି କଣ ହୋଇଥିବ ଭାବୁଥିଲି । କଲେଜ ଆସୁ ଆସୁ କଲେଜ ପରିସର ର ସୁନ୍ଦର ପରିବେଶ ମୋତେ ଆକର୍ଷିତ କରିଥିଲା । ପାଠ ପଢିବା ପାଇଁ କଲେଜ ର କ୍ୟାମ୍ପସ ବହୁତ ଆକର୍ଷଣୀୟ ହୋଇଛି ।
୨—– କ୍ଷୀରୋଦ ଭରା ସାଗର , ( ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର) କୁହନ୍ତି : – ସାଙ୍ଗମାନକୁ ପାଇ ବେଶ ଖୁସି ଲାଗିଲା —- ମୋ ଗାଁ ବଳିପାଲି , କଲେଜ ଠାରୁ ପ୍ରାୟ ୧୨ କିମି ହେବ । କଲେଜ କୁ ପ୍ରଥମ ଦିନ ରେ ମୋ ସାଇକେଲ ରେ ଆସିଲି । ଅlମକୁ କଲେଜ ତରଫରୁ ସ୍ବାଗତ କଲେ । ପ୍ରଥମ ଦିନ ର ମୁଁ ଆମ ଶ୍ରେଣୀର ଅନେକ ନୂଆ ନୂଆ ସାଙ୍ଗ ଙ୍କ ସହିତ ମିଶିଲି । ଭାରି ଭଲ ଲାଗିଲା । ମୁଁ କବାଡି ଖେଳିବାକୁ ଭଲ ପାଏ । କଲେଜ କବାଡି ଟିମରେ ସାମିଲ ହୋଇ କଲେଜ ପାଇଁ ଖେଳିବାକୁ ଳକ୍ଷ୍ୟ ରଖିଛି।
—- ୩ – ପ୍ରୀତିପ୍ରଜ୍ଞା ଭୋଇ , (ଛାତ୍ରୀ, ଯୁକ୍ତ ଦୁଇ ପ୍ରଥମ ବର୍ଷ ) ମନେ ରହିବ ସ୍ବାଗତ ସମ୍ବର୍ଦ୍ଧନା
କଲେଜ ଠାରୁ ମୋ ଘର ପାଖ । ତେଣୁ କଲେଜର ଅଧ୍ୟାପିକା ଅଧ୍ୟାପକ ଓ ବଡ ଭଉଣି ଭାଇ ମାନଙ୍କୁ ଚିହ୍ନିଥିଲି । ସମସ୍ତଙ୍କ ସହିତ ମିଶିବାରେ ଅସୁବିଧା ହୋଇ ନ ଥିଲା । ତଥାପି ଆଲଗା ଅଲଗା ସ୍ଥାନରୁ ଆସିଥିବା ସାଙ୍ଗସାଥି ଙ୍କ ସହିତ ପରିଚିତ ହେଲି।କଲେଜରେ ଯେମିତି ସ୍ବାଗତ କଲେ ତାହା ସବୁଦିନ ମନେ ରହିବ।
୪—— ସୁଷମା କମ୍ପ ( ଯୁକ୍ତ ଦୁଇ, ପ୍ରଥମ ବର୍ଷ ଛାତ୍ରୀ) ମୋର ମନର ଭୟ , ଆଶଙ୍କା ଦୂର ହେଲା
କଲେଜ ରୁ ମୋ ଘର ପ୍ରାୟ ୨୫ କିମି ଦୂର। କଲେଜ ଆସିବା ପୂର୍ବର କଥା , ମୁଁ ଟିକିଏ ଭୟ ଓ ଆଶଙ୍କାରେ ଥିଲି । ମାତ୍ର କଲେଜ ଆସିବା ପରେ କଲେଜ ର ବଡ ଭଉଣୀ , ଭାଇ ଓ ଅଧ୍ୟାପିକା , ଅଧ୍ୟାପକ ଙ୍କ ସହିତ ମିଶିଲା ପରେ ଭୟ ଓ ଆଶଙ୍କା ଦୂର ହେଲା । ଭଲ ପାଠ ପଢିବା ସହିତ ଉତ୍ତମ ଚରିତ୍ର ଗଠନ ପାଇଁ ଆଧ୍ୟାପିକା ଓ ଅଧ୍ୟାପକମାନେ ପରାମର୍ଶ ଦେଇଥିଲେ l