ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ଆଜି ପ୍ରଥମ କୋସଲ କପ ଫୁଟବଲ ଉଦଘାଟିତ ହୋଇଯାଇଛି l ଆୟୋଜକ ସଭାପତି କିଶୋର ହୋତା ଙ୍କ ଉଦ୍ୟମ କ୍ରମେ ଦୁଇଦିନିଆ ଏହି ମ୍ୟାଚ କୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉଦଘାଟନ କରିଥିଲେ l ଉକ୍ତ ମ୍ୟାଚ ରେ ବୀରମହାରାଜପୁର ବ୍ଲକ ଅଧକ୍ଷ ଶାନ୍ତି ଲୁହା , ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଶନିବାର ଆରମ୍ଭ ହୋଇଥିବା ପ୍ରଥମ ମ୍ୟାଚ ଟି ବୀରମହାରାଜପୁର ଓ ବୌଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ବୌଦ ବୀରମହାରାଜପୁର କୁ ୬-0 ଗୋଲରେ ହରାଇ ସେମିଫାଇନାଲ ରେ ପ୍ରବେଶ କରିଥିଲା l ଠିକ ସେହିପରି ସୋନପୁର କଳାପାଟ ଓ ହୀରାକୁଦ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ଦ୍ଵିତୀୟ ମ୍ୟାଚ ରେ ସୋନପୁର କୁ ୨ -0 ଗୋଲ ରେ ହରାଇ ସେମି ଫାଇନାଲ ରେ ପ୍ରବେଶ କରିଥିଲା ହୀରାକୁଦ ଦଳ I ପରେ ହୀରାକୁଦ ଏବଂ ବୌଦ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ମ୍ୟାଚ , ୩-0 ଗୋଲ ରେ ବୌଦ ଦଳ ହୀରାକୁଦ କୁ ହରାଇ ଫାଇନାଲ ରେ ପ୍ରବେଶ କରିଛି l ଫୁଟବଲ ପ୍ରେମୀ ପର୍ଶୁରାମ ଦେହୁରୀ , କିଶୋର ମୋହନ ଡାଙ୍ଗ , ଇଁ ଆଶ୍ରୟ ମହାନନ୍ଦ , ଭୂଷଣ କୁମାର ପାତ୍ର , ଅର୍ଜୁନ ପ୍ରସାଦ ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଚିକୁ ପଣ୍ଡା , ସିଦ୍ଧାର୍ଥ ପାତ୍ର , ପ୍ରଶାନ୍ତ ସେଠି , ରାଜେଶ ଥନାପତି ପ୍ରମୁଖ ଖେଳ ପରିଚଳନା କରିଥିଲେ l ଅଭିମନ୍ୟୁ ବଗର୍ତ୍ତୀ ମ୍ୟାଚ ର ଧାରlବିବରଣୀ ପ୍ରଦାନ କରିଥିଲେ l
ବୀରମହାରାଜପୁର ରେ କୋଶଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ; ଫାଇନାଲ ଖେଳିବ ବୌଦ ଦଳ
