Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚିପିଲିମା,ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ସମ୍ବଲପୁର ମଣ୍ଡଳ ଜନ କଲ୍ୟାଣ ସେବା ଟ୍ରଷ୍ଟ ମିଳିତ ସହଯୋଗରେ ରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଗୋଶାଲା କଲାମାଟି ରାସ୍ତା ରେ ବୃଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀ ବିରେନ୍ଦ୍ର ପ୍ରତାପ ସାହୁ ଙ୍କ ସଭାପତିତ୍ବରେ ବୃଷ ରୋପଣ ହୋଇଥିଲା, ଏଥିରେ କଳାମାଟି ସରପଞ୍ଚ ତଥା ମହିଳା ମଣ୍ଡଳ ସଭାନେତ୍ରୀ ଶ୍ରୀମତୀ ସୁଷମା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବାବେଲେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଓ ସମାଜସେବୀ ମନ୍ଜିତ କୈର, ଧରଣୀଧର ମିଶ୍ର, ସନ୍ତୋଷ କୁମାର ଦାଶ, ମନ ଥପା, ନିର୍ମଲ ପ୍ରଧାନ ଓ କୁଡାପରାଗ୍ରାମ ବାସୀ ର ଯୁବ ଗୋଷ୍ଠୀ ଯୋଗଦେଇ କଲାମାଟି ରାସ୍ତା କୁଡାପରା ରାସ୍ତା କଡରେ ନିମ୍ବ ,ଜାମ୍ବୁ, ଅଇଆ, କୃଷ୍ଣତୋଡା, ଆମ୍ବ ଇତ୍ୟାଦି ଗଛ ରୋପଣ ହୋଇଥିଲା,ଏହା ବିଗତ କିଛିବର୍ଷ ହେବ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି, ଏହା ଜନ କଲ୍ୟାଣ ସେବା ଟ୍ରଷ୍ଟ ଦ୍ଵରା ଆଗାମୀ ଦିନରେ ତଥା ପ୍ରତେକ ରବିବାର ଦିନ ବୃଷ ରୋପଣ କରା ଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି,

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ